OnaKhabar

ଜେଲରୁ ଫେରାର ହେବା ପରେ ପୁଣି ପୁଲିସକୁ ଲିପ୍ଟ ମାଗି ଜେଲ ଆସିଲେ କଏଦୀ, ପଢନ୍ତୁ ପୂରା ଖବର….

0 12

ନୂଆଦିଲ୍ଲୀ: ଆଜି ଏକ ଅଦ୍ଦୁତ ଘଟଣା ଘଟିତିବାର ଶୁଣିବାକୁ ମିଳିଛି | ଜଣେ କଏଦୀ ଜେଲରୁ ଖସି ପଳାଇବାବେଳେ ପୁଣି ପୁଲିସକୁ ଲିପ୍ଟ ମାଗି ଜେଲକୁ ଫେରିଆସିଥିବା ସୂଚନା ମିଳିଛି | ତେବେ ଏଭଳି ଘଚଟଣା ଘଟିବା ପରେ ସାରା ଅଞ୍ଚଳରେ ଚହଳ ସୂଷ୍ଟି ହୋଇଛି | ତେବେ ଏପରି ଅଭାବନୀୟ ଘଟଣା ଘଟିଛି ଆମେରିକାରେ | ଏହି କଏଦୀ ଜଣଙ୍କ ହେଉଛନ୍ତି ୩୧ ବର୍ଷୀୟ ଏଲେନ୍ ଲିବିସ | ଏଲେନ୍ ସେତେବେଳେ ଜେଲରୁ ଫେରାର ହେବାକୁ ଉଦ୍ୟମ କରିଥିଲେ, ଯେତେବେଳେ ତାଙ୍କୁ ଆମେରିକାର ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା । ସେ ପୋଲିସ କର୍ମଚାରୀଙ୍କୁ ଅଭିଯୋଗ କରିଥିଲା ଯେ, ତା ହାତରେ ବନ୍ଧା ହୋଇଥିବା ହାତକଡି ଅତ୍ୟନ୍ତ ଟାଇଟ୍ ହୋଇରହିଛି । ଏହା ପରେ ପୋଲିସ କର୍ମଚାରୀ ତା ହାତରୁ ହାତକଡି ଖୋଲିବା ମାତ୍ରେ ଚମ୍ପଟ୍ ମାରିଥିଲା ଏଲେନ୍ । ପାଖରେ ଥିବା ଜାତୀୟ ରାଜପଥକୁ ଯାଇ ସେ ଜଣେ ଡ୍ରାଇଭରଙ୍କୁ ଲିଫ୍ଟ ମାଗିଥିଲା । କିନ୍ତୁ ଲିଫ୍ଟ ଦେଇଥିବା ସେହି ଡ୍ରାଇଭର ଜଣଙ୍କ ଜଣେ ପୋଲିସ କର୍ମଚାରୀ ଥିଲେ । ଗୋଟିଏ ପଟେ ଏଲେନଙ୍କୁ ଧରିବା ପାଇଁ ଅପରେସନ କରାଯାଉଥିଲା ଆଉ ଅନ୍ୟ ପଟେ ପୋଲିସ କର୍ମଚାରୀଙ୍କୁ ଲିଫ୍ଟ ମାଗି ଏଲେନ୍ ନିଜେ ହିଁ ଆଉ ଥରେ ଜେଲ ପରିସରକୁ ଚାଲିଆସିଥିଲେ । କଏଦୀ ଜଣଙ୍କୁ ପ୍ରଥମରୁ ଲାଗିଥିଲା ଯେ, ସେ ଲିଫ୍ଟ ପାଇଯାଇଛନ୍ତି, ଆଉ ଜେଲରୁ ଫେରାର ହେବାରେ ସେ ସଫଳ ହୋଇଛନ୍ତି । କିନ୍ତୁ ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ ଆଉ ଥରେ ଜେଲ୍ ପରିସରକୁ ନେଇ ଆସିଥିଲେ । ଏହା ସହ ଏଲେନ୍ ଉପରେ ଜେଲରୁ ଫେରାର ହେବାର ମାମଲା ମଧ୍ୟ ଦାୟର କରାଯାଇଛି । ତେବେ ତାଙ୍କର ଏପରି ଅଦ୍ଦୁତ ଘଟଣାକୁ ସମସ୍ତେ ସମାଲୋଚନା କରୁଥିବାର ଦେଖିବାକୁ ମିଳୁଛି |

https://www.onakhabar.com/a-man-threw-rs-18-lakhs-rupees-from-top-of-the-building-in-hong-kong/

 

Leave A Reply

Your email address will not be published.