OnaKhabar

ନବଜାତ ଶିଶୁକୁ ଟ୍ରେନ୍ ଟୟେଲେଟରେ ପକାଇଦେଲା ମାଆ : ଜୀବନ ବଞ୍ଚେଇଲେ ସଫେଇ କର୍ମଚାରୀ

0 13

ଅମୃତସର : ଶୁକ୍ରବାର ରାତିରେ ହାଓଡ଼ା ଅମୃତସର ମେଲରେ ଏକ ଶିଶୁକୁ ଜନ୍ମ ଦେବା ପରେ ଶିଶୁର ମାଆ ତା ବେକରେ ଓଢ଼ଣୀ ଲଗାଇ ଟୟେଲେଟରେ ଫ୍ଲସ୍ କରି ଚାଲି ଯାଇଛି | କିନ୍ତୁ ଶିଶୁଟି ଫ୍ଲସ୍ କରିବା ପରେ ମଧ୍ୟ ଟ୍ରେନରୁ ତଳେ ପଡ଼ି ନ ଥିଲା ଏବଂ ଫ୍ଲସ୍ ପାଇପରେ ପାଖାପାଖି ୧୨ଘଣ୍ଟା ପର୍ଯ୍ୟନ୍ତ ଫସିଥିଲା। ପରେ ଶନିବାର ଦ୍ବିପ୍ରହରେ ସଫେଇ କର୍ମଚାରୀ ଦେଖିବାରୁ ପୁଲିସକୁ ଖବର ଦେଇଥିଲେ ଏବଂ ପରେ ନବଜାତ ଶିଶୁକୁ ବାହାର କରି ହସ୍ପିଟାଲକୁ ନେଇ ଯାଇଥିଲେ | ଶିଶୁଟିର ମାଆ ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ। ନବଜାତ ଶିଶୁଟିକୁ ବଞ୍ଚାଇଥିବା ଲୋକମାନେ କହିଛନ୍ତି ଯେ ଯଦି ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବରେ କେହି ଗ୍ରହଣ ନ କରନ୍ତି ତେବେ ପ୍ରଶାସନ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କଲେ ସେମାନେ ଶିଶୁଟିକୁ ଗ୍ରହଣ କରି ନିଜ ପିଲା ପରି ପାଳନ ପୋଷଣ କରିବେ।


ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ ଶିଶୁଟିକୁ ହସ୍ପିଟାଲ ଅଣାଯାଇଥିଲା ସେତେବେଳେ ଶିଶୁଟି ଶୀତରେ ଥରୁଥିଲା। ଏହା ପରେ ଶିଶୁକୁ ତୁରନ୍ତ ହିଟରରେ ରଖାଯାଇ ଉଷ୍ମ କରିଥିଲେ। କିନ୍ତୁ ବର୍ତ୍ତମାନ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଅଛି।

Leave A Reply

Your email address will not be published.