OnaKhabar

ଶୂନରେ ଶୂନ ମିଶିଲେ କେବଳ ଶୂନ ହେବ-ଧର୍ମେନ୍ଦ୍ର ପ୍ରଧାନ

0 18

ଭୁବନେଶ୍ୱର : ଶୂନରେ ଶୂନ ମିଶିଲେ କେବଳ ଶୂନ ହେବ । ଆଗାମୀ ଦିନରେ ନିଳବର୍ଣ ଶୃଗାଳ ମାନଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃତୀୟ ସାମ୍ମୁଖ୍ୟ ଓ କେସିଆରର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ କଂଗ୍ରେସର ପ୍ରତିକ୍ରିୟା ଉପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା କହୁଛନ୍ତି, କେଉଁମାନେ ଖଣିଲୁଟରେ ଏକାଠି ହୋଇଛି । କେଉଁ ପରିବାର ୪୦ ବର୍ଷ ଧରି ଓଡିଶାର ସ୍ୱାଭିମାନକୁ ଭୁ ଲୁଣ୍ଠିତ କରିଛନ୍ତି । କିଏ କାହାର ଆଶାବାଡି, କିଏ କାହା ସହ ବ୍ୟବସାୟ ସହଯୋଗୀ ଏହା ଓଡିଶାବାସୀଙ୍କୁ ଅଜଣା ନାହିଁ ।

 ଆଗାମୀ ଦିନରେ ନିଳବର୍ଣ ଶୃଗାଳ ମାନଙ୍କୁ ଲୋକେ ଉଚିତ ଜବାବ ଦେବେ
 କେଉଁ ପରିବାର ୪୦ ବର୍ଷ ଧରି ଓଡିଶାର ସ୍ୱାଭିମାନକୁ ଭୁ ଲୁଣ୍ଠିତ କରିଛନ୍ତି
 ଯେଉଁମାନେ ଲମ୍ବା ସମୟ ଧରି ଦେଶକୁ ଲୁଟ କରିଥିଲେ ସେମାନଙ୍କର ଜିଏସଟି ଉପରେ ମନ୍ତବ୍ୟ ଦେବାର ଅଧିକାର ନାହିଁ
 ୨୦୧୯ରେ ଏନଡିଏ ନେତୃତ୍ୱରେ ପୁଣି ସରକାର ହେବ

ଶ୍ରୀ ପ୍ରଧାନ କହିଛନ୍ତି ସମସ୍ତ ଦଳକୁ ମୌକା ମିଳିଛି । ସମସ୍ତେ ଓଡିଶାକୁ ଲୁଟ କରିଛନ୍ତି । ଏଥର ଓଡିଶାରେ ପରିବର୍ତନ ହେବ ଏବଂ ବିଜେପି ସରକାର କରିବ । ସେହିପରି ଜିଏସଟି ପ୍ରସଙ୍ଗରେ କହିଛନ୍ତି ଯେଉଁମାନେ ଲମ୍ବା ସମୟ ଧରି ଦେଶକୁ ଲୁଟ କରିଥିଲେ ସେମାନଙ୍କର ଏହା ଉପରେ ମନ୍ତବ୍ୟ ଦେବାର ଅଧିକାର ନାହିଁ । ୨୦୧୯ରେ ଏନଡିଏ ନେତୃତ୍ୱରେ ପୁଣି ସରକାର ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.