OnaKhabar

ଜୀବନ ବଞ୍ଚାଇବାକୁ ନିବେଦନ କଲେ ଯୁବକ, ଭିଡିଓ ହେଲା ଭାଇରାଲ

77

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବରହମପୁର ଥାନା ଅନ୍ତର୍ଗତ ବାଙ୍କୀସାହି ଗାଁରେ ଜଣେ ଯୁବକ ନିଜ ଭିଡିଓ ସେୟାର କରି ଭାଇରାଲ ହୋଇଥିବାର ସୂଚନା ମିଳିଛି | ନିଜକୁ ରୋଗ ହୋଇଥିବାରୁ ସହାୟତ ଲାଗି ସାହାର୍ଯ୍ୟ ଲୋଡିଛି ଯୁବକ ଜଣଙ୍କ | ଏହି ଯବୁକ ଜଣଙ୍କ ହେଉଛନ୍ତି ବାଙ୍କୀସାହିର ଯତୀନ୍ଦ୍ର ଘଡ଼େଇଙ୍କ ସାନପୁଅ କମଳ ଲୋଚନ ଘଡ଼େଇ । ସୁଚନାରୁପ୍ରକାଶ, ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଯୁକ୍ତ ଦୁଇ ପରୀକ୍ଷା ନଦେଇ କାମଧନ୍ଦା ଅନ୍ୱେଷଣରେ ସେ ଚେନ୍ନାଇ ଚାଲି ଯାଇଥିଲେ ଓ ସେଠାରେ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ । ହେଲେ ସେଠି ଚାରି ଦିନ ଧରି ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ପଡ଼ିଥିଲା । ଫଳରେ ସେ ସେଠାରୁ ଚାକିରି ଛାଡ଼ି ଦେଇଥିଲେ ଓ ଆଉ ଏକ ସଂସ୍ଥାରେ ସୁଇପର୍ ଭାବେ କାମ କରିଥିଲେ । ଏହି ସମୟରେ ତାଙ୍କୁ ଜୋରରେ ଥଣ୍ଡା ହେବା ସହିତ ଜ୍ୱର ହୋଇଥିଲା ଓ ପରେ ଛାତିରେ ଖୁବ୍ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାରି କରିଥିବା ଭିଡିଓରେ କମଳ କହିଛନ୍ତି ଯେ, ଚିକିତ୍ସା ପାଇଁ ବହୁତ ଅର୍ଥ ଖର୍ଚ୍ଚ ହେଉଛି । ଘରୁ କିଛି ଟଙ୍କା ପଠାଇଥିଲେ, କିନ୍ତୁ ତାହା ବି ଯଥେଷ୍ଟ ନୁହେଁ । ତାଙ୍କ ଚିକିତ୍ସା ପାଇଁ କେହି ସାହାଯ୍ୟ କଲେ ସେ ସୁସ୍ଥ ହୋଇ ଘରକୁ ଫେରିପାରିବେ ବୋଲି କହିଛନ୍ତି । କମଳଙ୍କ ପାଖରେ ତାଙ୍କ ବଡ଼ ଭାଇ ଅଛନ୍ତି । ତେବେ ଅର୍ଥ ଅଭାବରୁ ରୋଗୀଙ୍କୁ ମିଳୁଥିବା ଖାଦ୍ୟକୁ ଦୁଇ ଭାଇ ଖାଉଛନ୍ତି | ଏହି ଘଟଣା ସମ୍ପର୍କରେ ନୀଳଗିରି ତହସିଲଦାର କହିଛନ୍ତି,“କମଳଙ୍କ ପରିବାର ଲୋକେ ଆମକୁ ବିଧିବଦ୍ଧ ଭାବେ ଅଭିଯୋଗ କରନ୍ତୁ । ଆମେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ତଦନ୍ତ କରିବୁ । ତାଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯିବ ସେ କହିଥିଲେ ।” ତେବେ ସେ ଭିଡିଓରେ ସାହାର୍ଯ୍ୟ କରିବା ପରେ ମଧ୍ୟ ତହସିଲଦାର କାହିକି ଏତେ ନିୟମ କଥା କହୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି |

ରୋଜଗାର କରିବାକୁ ଯାଇ ରୋଗାକ୍ରାନ୍ତ ହେଲେ କମଳ

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବାଙ୍କୀସାହି ଗାଁର କମଳ ଲୋଚନ ଘଡ଼େଇ କାମଧନ୍ଦା କରିବାକୁ ଚେନ୍ନାଇ ଯାଇଥିଲେ। ତେବେ ଏବେ ଅସୁସ୍ଥ ହୋଇ ସେଠାରେ ଡାକ୍ତରଖାନାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧା ସାଜିଥିବାରୁ ସେ ଏକ ଭିଡିଓ ଜାରି କରି ସାହାଯ୍ୟ ଭିକ୍ଷା କରିଛନ୍ତି।

Odisha Reporter द्वारा इस दिन पोस्ट की गई शुक्रवार, 21 दिसंबर 2018