OnaKhabar

ଖୋର୍ଦ୍ଧାରେ ବୁଲୁଛି ଧଳା ଜହର, ଗିରଫ ହେଲେ ଦୁଇ ଅଭିଯୁକ୍ତ

66

ଖୋର୍ଦ୍ଧା: ପୁଣି ରାଜ୍ୟରେ ବୁଲିଲା ଧଳାଜହର | ରାଜ୍ୟର ପ୍ରମୁଖ ଜିଲ୍ଲା ଅର୍ଥାତ୍ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ସ୍ଥାନରେ ବ୍ରାଉନସୁଗାର ଜବତ କରାଯାଇଥିବାର ସୂଚନା ମିଳିଛି | କଟକ ଅବକାରୀ ଗୁଇନ୍ଦା ବିଭାଗ ନେତୃତ୍ୱରେ ଖୋର୍ଦ୍ଧା ପୌରାଞ୍ଚଳ ମଠସାହି ଏବଂ ରାଧାମୋହନପୁର ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବ୍ରାଉନ୍‌ ସୁଗାର ଜବତ କରାଯାଇଥିବା ସୂଚନା ମିଳିଛି । ଉଭୟ ସ୍ଥାନରୁ ମୋଟ ୨୯୫ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୯ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ରବୀନ୍ଦ୍ର ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ପଲେଇଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି । ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନ ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି । ସେଠାରୁ ଏହି ବ୍ରାଉନସୁଗାର ଚୋରା ବେପାରୀଙ୍କ ସହାୟତାରେ କଟକ, ପୁରୀ, ଭୁବନେଶ୍ୱରର କେତେକ ଅଞ୍ଚଳକୁ ଯାଉଥିବା ଗତ କିଛି ଦିନ ହେବ ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହ କରୁଥିଲେ । ଗତ କିଛି ଦିନ ତଳେ ଖୋର୍ଦ୍ଧା ସଦର ଥାନା ନିକଟରୁ ୭୬ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ପରେ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଗିରଫ ସମୟରେ ଖୋର୍ଦ୍ଧା ଅଞ୍ଚଳର କେତେକ ଯୁବକ ଏହିତିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗର ସନ୍ଦେହ ଦୃଢ଼ ହେବା ସହିତ ଅବକାରୀ ବିଭାଗ ଖୋର୍ଦ୍ଧା ଉପରେ ଫୋକସ କରିଥିଲା । ଉଲ୍ଲେଖନୀୟ, ଗତ ସପ୍ତାହରେ କୃଷ୍ଣଚନ୍ଦ୍ରଙ୍କ ଶାଶୂଙ୍କୁ ମଧ୍ୟ ବ୍ରାଉନ୍‌ ସୁଗାର ରଖିବା ମାମଲାରେ ଖୋର୍ଦ୍ଧା ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିବାର ସୂଚନା ମିଳିଛି ।

https://www.onakhabar.com/raurkela-police-arrest-anmol/