OnaKhabar

ଆତ୍ମହତ୍ୟା କରୁଥିବା ଅବସ୍ଥାରେ ଜନ୍ମଦେଲା ଶିଶୁକୁ, ଗର୍ଭନାଳରେ ଅଟକି ରହିଲା…

66

ଜବଲପୁର: ଆତ୍ମହତ୍ୟା କରୁଥିବା ଅବସ୍ଥାରେ ଜନ୍ମଦେଲା ଶିଶୁକୁ | ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର କଟନୀରେ | ଆତ୍ମହତ୍ୟା କରିଥିବା ମହିଲା ଜଣଙ୍କ ହେଉଛନ୍ତି, ଦୁର୍ଗା ଚୌକଖିରହନୀ ନିବାସୀ ସନ୍ତୋଷ ସିଂହଙ୍କ ସ୍ତ୍ରୀ ଲକ୍ଷ୍ମୀ ବାଇ | ସୁଚନାରୁପ୍ରକାଶ, ଏଠାରେ ଜଣେ ଗର୍ଭବତୀ ମହିଳା ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କରୁଥିବା ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଇଛି । ନବଜାତ ମା’ର ଗର୍ଭନାଳରେ ଅଟକି ରହିଥିଲା । ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରୀ ଟିମ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟ ସ୍ଥିର ରହିଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ | ସେପଟେ ମୃତ ମହିଲାହ୍କ ପରିବାର ପକ୍ଷରୁ ମଧ୍ୟରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ | ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ସୁଚନାଯୋଗ୍ୟ, ଲକ୍ଷ୍ମୀ ବାଇଙ୍କ ମୃତଦେହ ଗଛରେ ଝୁଲୁଥିବା ବେଳେ ନବଜାତ ଭୂମି ଉପରେ ପଡ଼ିରହିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଂଚିଥିଲା । ଆମ୍ବୁଲାନ୍ସ ଚିକିତ୍ସକ ଡ. ମାଖନ ସିଂହ ଏବଂ ସହଯୋଗୀ ନିଜର କାମରେ ତତ୍ପରତା ଦେଖାଯାଇଥିଲେ । ସେମାନେ ବିଳମ୍ବ ନକରି ନବଜାତ ମା’ର ଗର୍ଭନାଳରେ ଅଟକି ଶିଶୁକୁ ଅଲଗା କରିଥିଲେ । ଯଥାଶୀଘ୍ର ଜିଲ୍ଲା ହସ୍ପିଟାଲର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରିଥିଲେ । ତେବେ ଏପରି ଅଭାବନୀୟ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିବା ସୂଚନା ମିଳୁଛି |

https://www.onakhabar.com/genpact-assistant-vice-president-swaroop-raj-commits-suicide/