OnaKhabar

ବାଇପାସ ଦାବୀରେ ମନମୁଣ୍ଡାରେ ୨୪ ଘଂଟିଆ ବନ୍ଦ ଡାକରା

54

ବୌଦ୍ଧ: ବାଇପାସ ଦାବୀରେ ଆଜି ବୌଦ୍ଧ ମନମୁଣ୍ଡାରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଥିବାର ସୂଚନା ମିଲିଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ମନମୁଣ୍ଡା ନାଗରିକ କମିଟି ବନ୍ଦ ଡାକରା ଦେଇଛି । ମନମୁଣ୍ଡା ବଜାର ପଛରେ ବାଇପାସ ନିର୍ମାଣ ଦାବିରେ ଦିନିକିଆ ବନ୍ଦ ଡାକରା ଦିଆଯାଇଛି । କମିଟିର ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି । ଆଜି ସକାଳୁ ଦୋକାନ ବଜାର, ସ୍କୁଲ କଲେଜ ସହ ଯାନବାହାନ ଚଳାଚଳ ବନ୍ଦ ରହିଛି । ବନ୍ଦ ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜିର ବନ୍ଦକୁ ବହୁ ସଂଗଠନ ସମର୍ଥନ କରିଥିବାର ସୂଚନା ମିଳିଛି ।

https://www.onakhabar.com/car-truck-accident-in-a-family-4-dead-and-1-injuired-sivior/