OnaKhabar

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

0 14

ଭୁବନେଶ୍ୱର : ବିଜୁ ଜନତା ଦଳର ମାନ୍ୟବର ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଆଜି ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସଂରକ୍ଷଣ ଲାଗି ସମର୍ଥନ ଜଣାଇବାକୁ ପ୍ରସ୍ତାବ ଦେଇଥିଲେ । ବିଜେଡି ସଂସଦୀୟ ଦଳର ନେତା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପ୍ରତାପ କେଶରୀ
ଦେବ, ଶ୍ରୀ ତଥାଗତ ସତପଥୀ, ଶ୍ରୀ ଅର୍ଜୁନ ଚରଣ ସେଠୀ, ଶ୍ରୀ ପ୍ରଭାସ କୁମାର ସିଂହ, ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ଶ୍ରୀ ରବୀନ୍ଦ୍ର କୁମାର ଜେନା, ଶ୍ରୀ ନରେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ, ଶ୍ରୀ ଏନ୍‍. ଭାସ୍କର ରାଓ, ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଡ. କୁଳମଣି ସାମଲ, ଶ୍ରୀ ଅନୁଭବ ମହାନ୍ତି, ଶ୍ରୀ ଝିନ୍ନ ହିକ୍‍କା, ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଶ୍ରୀମତୀ ରୀତା ତରାଇ, ଶ୍ରୀମତୀ ସକୁନ୍ତଳା ଲାଗୁରୀ, ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍‍ ପ୍ରମୁଖ ଉପ-ରାଷ୍ଟ୍ରପତିଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ମାନ୍ୟବର ଉପ-ରାଷ୍ଟ୍ରପତି ଏହି ବିଲ୍‍ ବାବଦରେ ସକାରାତ୍ମକ ମତ ରଖିଥିଲେ । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଉକ୍ତ ବିଲ୍‍ ପାଇଁ ଯେଉଁଠି ଯେତେବେଳେ ଆବଶ୍ୟକ ପଡିବ, ଦେଶର ଉପ-ରାଷ୍ଟ୍ରପତି ଭାବରେ ନିଜର ସମର୍ଥନ ଜଣାଇବେ ବୋଲି ପ୍ରକାଶ କରିଥିବା ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧି ଦଳମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ସହ ଯୋଗାଯୋଗ ରକ୍ଷା କରି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

Leave A Reply

Your email address will not be published.