OnaKhabar

ପୁଣି କମାଲ କଲେ ଓଡିଆ ଝିଅ ସୀମାଦ୍ରୀ, ମିଳିଲା ପ୍ରଧାନମନ୍ତ୍ରୀ ଫେଲୋସିପ୍‌

84

ଭୁବନେଶ୍ୱର: ପୁଣି ଓଡିଆ ଝିଅଙ୍କ କମାଲ | ରାଜ୍ୟକୁ ଗୌରବ ଆଣିଲେଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ | ନିକଟରେ ଆୟୋଜିତ ପ୍ରଧାନମନ୍ତ୍ରୀ ଫେଲୋସିପ୍‌ ଚୟନ ପରୀକ୍ଷାରେ ସେ କୃତିତ୍ୱ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି |ସୁଚନାଯୋଗ୍ୟ, ବାୟୋଲୋଜିକାଲ ସାଇନସ୍‌ରେ ଉଚ୍ଚତ୍ତର ଗବେଷଣା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପ୍ରଧାନମନ୍ତ୍ରୀ ଫେଲୋସିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସବୁଠାରୁ ବଡ଼ ଖୁସିର ବିଷୟରେ ବାୟୋଲୋଜିକାଲ ସାଇନସ୍‌ରେ ମାତ୍ର ୨ ଜଣଙ୍କୁ ସଫଳତା ମିଳିଥିବା ବେଳେ ଏଥିରେ ସୀମାଦ୍ରୀଙ୍କୁ ମିଳିଛି ପ୍ରଥମ ସ୍ଥାନ । ଉଲ୍ଲେଖନୀୟ, ରାଉରକେଲା ଏନ.ଆଇ.ଟିରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ସୀମାଦ୍ରୀ ବର୍ତ୍ତମାନ ଆଇଆଇଟି ମାଡ୍ରାସରେ ଗବେଷଣା କରୁଛନ୍ତି । ସୀମାଦ୍ରୀ ୨୦୧୭ରେ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଉପରେ ସନ୍ଦର୍ଭ ଉପସ୍ଥାନପନ କରି ଓଡ଼ିଶାକୁ ଗର୍ବିତ କରିଥିଲେ । ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ସୀମାଦ୍ରୀ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଭାଷା ଆନ୍ଦୋଳନ, ଓଡ଼ିଶାର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଝିଅ । ସୀମାଦ୍ରୀଙ୍କ ସଫଳତାର ଓଡ଼ିଶାର ଶିକ୍ଷାବିଦ୍‌ ଏବଂ ବୁଦ୍ଧିଜୀବୀମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

https://www.onakhabar.com/oas-sandhya-satrath-in-malkanagiri/