OnaKhabar

ଖୀଷ୍ଟମାସ ଓ ନୂଆବର୍ଷ ପାଇଁ ଅଫର ଆଣିଲା ଆମଜନ ଓ ଫ୍ଲିପକାର୍ଟ

72

ନୂଆଦିଲ୍ଲୀ : ଖୀଷ୍ଟମାସ ଓ ନୂଆବର୍ଷ ପାଇଁ ଅଫର ଆଣିଲା ଦେଶର ଦୁଇ ପ୍ରମୁଖ ଅନଲାଇନ କମ୍ପାନୀ | ଫ୍ଲିପ୍‌କାର୍ଟ ପକ୍ଷରୁ ନଂ-୧ ଏମଆଇ ଫ୍ୟାନ ଅଫର ଆରମ୍ଭ କରାଯାଇଛି । ଏହା ୧୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଫର ମାଧ୍ୟମରେ ଏମଆଇ ଫୋନ, ଟିଭି ଉପରେ ଆକର୍ଷଣୀୟ ୩୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । କେବଳ ଫ୍ଲିପକାର୍ଟ ନୁହେଁ, ଆମାଜନରେ ମଧ୍ୟ ଏହି ନଂ-୧ ଏମଆଇ ଫ୍ୟାନ ଅଫର ଚାଲିଛି । ସେହିପରି ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଦ ଗ୍ରାଣ୍ଡ ଗ୍ୟାଜେଟ ଡେଜର ଆଜି (୨୦ ତାରିଖ) ହେଉଛି ଅନ୍ତିମ ଦିନ ବୋଲି ସୂଚନା ମିଳୁଛି । ସେହିପରି ଫ୍ଲିପକାର୍ଟରେ ଆସସ ଜେନଫୋନ ମାକ୍ସ ଏମ-୨ ଲଞ୍ଚ୍‌ କରାଯାଇଛି ଯାହାର ମୂଲ୍ୟ ୯୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଭିଭୋ ମୋବାଇଲ ଉପରେ ମଧ୍ୟ ରିହାତି ମିଳୁଛି । ଭି-୯ ୟୁଥ୍‌ ୨ ହଜାର ଟଙ୍କା କମ୍‌ରେ ୧୧,୯୯୦ ଟଙ୍କାରେ ଉପଲବ୍ଧ ହେବ । ଏହି ଅବସରରେ ଭି-୧୧ ପ୍ରୋ, ଭି-୧୧, ଏକ୍ସ-୨୧, ୱାଇ-୯୫, ୱାଇ-୮୩ ପ୍ରୋ, ୱାଇ-୮୧, ୱାଇ-୭୧ ଆଇ ଆଦି ମଡେଲ ଉପଲବ୍ଧ ହେବ । ଗ୍ରାହକଙ୍କୁ ଏହି ଅବସରରେ ୫% କ୍ୟାସବ୍ୟାକ୍‌ ସୁବିଧା ଏଚଡିଏଫସି ବ୍ୟାଙ୍କ ଡେବିଟ୍‌ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ଧାରକଙ୍କୁ ଯୋଗାଇ ଦିଆଯିବ । ଏହା ସହିତ ୧୮ ମାସର ଇଏମ୍‌ଆଇ ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

https://www.onakhabar.com/indianoil-assures-hassle-free-release-of-lpg-connections-under-the-pradhan-mantri-ujjwala-yojana-pmuy-director-marketing-indianoil/