OnaKhabar

ମେସରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

60

ମାଲକାନଗିରି: ମାଲକାନଗିରିରେ ଏକ ଅବାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି | ଜଣେ ଛାତ୍ରୀ ମେସରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି | ଅାତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ଏମ୍‌ଭି-୫୦ର ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ରୀ ସ୍ନିଗ୍ଧା ମଣ୍ଡଳ | ସୁଚନାରୁପ୍ରକାଶ, ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍‌ରେ ରହୁଥିଲେ । ଆଜି ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍‌ରେ ଥିଲେ । ସାଥୀମାନେ କଲେଜ ଫେରି ଦେଖନ୍ତି ସ୍ନିଗ୍ଧାଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଅଛି । ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି |

https://www.onakhabar.com/sargiful-mohastuva-started-on-dec-19-to-21/