OnaKhabar

ଭଦ୍ରକରେ ଅଘଟଣ, ମହାପ୍ରଭୁଙ୍କ ଦେହରେ ଲାଗିଲା ନିଆଁ

0 26

ଭଦ୍ରକ: ଭଦ୍ରକରେ ଘଟିଛି ଏକ ବଡ ଅଘଟଣ | ଭଦ୍ରକ ଜିଲା ଭଣ୍ଡାରି ପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସରପଦା ଗ୍ରାମରେ ଶ୍ରୀ ବିଗ୍ରହମାନଙ୍କ ଦେହରେ ନିଆଁ ଲାଗି ଯିବା ସହ ପୋଡ଼ି ଯାଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସୁଚନାରୁପ୍ରକାଶ, ଏହି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଗତ ରବିବାର ମଧ୍ୟାହ୍ନରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା । ମନ୍ଦିର ପରିସରରେ କେହି ନ ଥିବାରୁ ଏ ସମ୍ପର୍କରେ କେହି ଜାଣିପାରି ନ ଥିଲେ ଓ ଠାକୁର ପୋଡ଼ି ଯାଇଥିଲେ । ଗ୍ରାମର ଜଣେ ବ୍ୟକ୍ତି ଏହା ଦେଖିବା ପରେ ସହାଯତ ପାଇଁ ଚିତ୍କର କରିଥିଲେ | ପରେ ଗ୍ରାମବାସୀ ଏକାଠି ହୋଇ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଖୋଲି ଦେଖିବା ବେଳକୁ ଠାକୁରଙ୍କ ଶ୍ରୀ ବିଗ୍ରହ ପୋଡ଼ି ସାରିଥିଲା । ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଦୁଃଖିତ ହୋଇ ପଡିଛନ୍ତି । ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସହ ଯୋଗାଯୋଗ କରିବାକୁ ଗ୍ରାମବାସୀ ଉଦ୍ୟମ ଆରମ୍ଭ କରିଛନ୍ତି । ୧୧ ଜଣିଆ ମନ୍ଦିର ପରିଚାଳନା କମିଟି ସଦସ୍ୟ ପୁରୀ ଯାଇ କ’ଣ କରାଯାଇ ପାରିବ ସେ ନେଇ ଆଲୋଚନା ଜାରି ରଖିଛନ୍ତି ।
ବିଡମ୍ବନାର ବିଷୟ ଏହା ଯେ, ଏପର୍ଯନ୍ତ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ଠାକୁରଙ୍କ ବିଗ୍ରହ ପୁନଃ ସ୍ଥାପନ ତଥା ମନ୍ଦିର ପ୍ରତିଷ୍ଠା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ମହାପ୍ରଭୁ ଏ ଜାତିର ଇଷ୍ଟ ହୋଇଥିବାରୁ ଏହା ପ୍ରତି ଓଡ଼ିଆ ପାଇଁ ଦୁଃଖର ବିଷୟ । ଏଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିବାର ସୂଚନା ମିଳିଛି ।

https://www.onakhabar.com/12-hr-bandh-in-demanding-establishment-of-permanent-high-court-bench-in-undivided-koraput-district/

Leave A Reply

Your email address will not be published.