OnaKhabar

କଂଗ୍ରେସରେ ଦ୍ୱନ୍ଦ, ସରକାରଙ୍କ ଇସ୍ତଫା ଦାବି କଲେ ଶ୍ରୀକାନ୍ତ

57

ଭୁବନେଶ୍ୱର: କଂଗ୍ରେସରେ ଚାଷୀ ପ୍ରସଙ୍ଗକୁ ନେଇ ଦେଖାଦେଇଛି କଳି । ବିଜେଡି ପକ୍ଷରୁ ସୋମବାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଦାବୀରେ ସଂସଦ ଆସନ୍ତା ୮ ତାରିଖରେ ସଂସଦ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି । ଏହାକୁ ସମାଲୋଚନା କରି ସୋମବାର କଂଗ୍ରେସ ମିଡିଆ ସେଲ ପ କ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖପାତ୍ରମାନେ ବିଜେଡି ଉପରେ ବର୍ଷିଥିଲେ । ପାର୍ଲାମେଣ୍ଟରେ ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା ନ କରି ପଳାୟନ କରିଥିଲା ବେଳେ ଏବେ ସାମ୍ବାଦିକ ସମ୍ମିଳନୀରେ ଗର୍ଜନ କରୁଛନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଥଲେ । କିନ୍ତୁ ସରକାରଙ୍କ ଇସ୍ତଫା ଦାବୀ କରିନଥିଲେ କିମ୍ବା ବୟକଟ କରିବାକୁ କହିନଥିଲେ । ହେଲେ ମଙ୍ଗଳବାର ଏହି ପ୍ରସଙ୍ଗ ଉପରେ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କୃଷି ଋଣ ଛାଡ ନକଲେ ସରକାରଙ୍କୁ ବୟକଟ କରିବା ଓ ଇସ୍ତଫା ଦାବୀ କରିବାକୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ କୃଷି ଋଣ ଛାଡ କରନ୍ତୁ । ଚାଷୀଙ୍କ ନାଁରେ ବିଜେଡି ଦିଲ୍ଲୀ ଯିବା ଏକ ନାଟକ, ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଏପରି ଡାକରା ଦିଆଯାଇଛି । କୃଷି ଋଣ ଛାଡ ନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ଯଦି ସରକାର ତୁରନ୍ତ ପଦକ୍ଷେପ ନିଅନ୍ତି, ସରକାରଙ୍କୁ ବୟକଟ କରାଯିବ । ମନ୍ତ୍ରୀ, ବିଧାୟକଙ୍କୁ ଅସହେଯାଗ, ଶାନ୍ତିପୂଣ୍ଣ ପ୍ରତିବାଦ ଘେରାଉ କରାଯିବ । ସରକାର ତୁରନ୍ତ ସ୍ୱତନ୍ତ୍ର କ୍ୟାବିନେଟ ଡାକି ନିଷ୍ପତ୍ତି ନିଅନ୍ତୁ । ନହେଲେ ଇସ୍ତଫା ଦିଅନ୍ତୁ, ଇସ୍ତଫା ନଦେଲେ ଆଉ ୪ ମାସ ପରେ ନିର୍ବାଚନରେ ଲୋକେ ବିଦା କରିବେ ବୋଲି ଶ୍ରୀ ଜେନା ବିଜେଡି ସରକାରଙ୍କୁ ସର୍ତକ କରାଇ ଦେଇଛନ୍ତି ।
ପିସିସି ମୁଖପାତ୍ରମାନେ ଗୋଟିଏ କଥା କହୁଥିଲା ବେଳେ ଦଳର ବରିଷ୍ଠ ନେତା ଆଉଗୋଟେ ଦାବୀ ରଖୁଛନ୍ତି । ଏଣୁ କାହା କଥାକୁ ଗ୍ରହଣ କରାଯିବ ସେଥିନେଇ ଦ୍ୱନ୍ଦ ଦେଖାଦେଇଛି ।
https://www.onakhabar.com/bjd-is-crying-crocodile-tears-said-congress/