OnaKhabar

ବିଜେଡି-ବିଜେପି ତକାତକି

72

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ଏବେ ତକାତକି ହୋଇଛନ୍ତି । ଦୁଇ ଦଳ ଏବେ ପରସ୍ପରକୁ ଚାଲେଞ୍ଜ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ଆସନ୍ତା ୮ ତାରିଖରେ ବିଜେଡି ଚାଷୀଙ୍କୁ ନେଇ ସଂସହ ଭବନ ଘେରିବାକୁ ଯାଉଥିଲା ବେଳେ ଏହାର ଜବାବରେ ବିଜେପି ସେହିଦିନ ସଚ୍ଚିବାଳୟ ଘେରାଉ କରିବାକୁ ଡାକରା ଦେଇଛି । ଏଥିସହ ପୂର୍ବରୁ ବିଜେପି ଚାଷୀଙ୍କ ଋଣ ଛାଡ ପାଇଁ ଘୋଷଣା କରିଥିଲା ବେଳେ ଆଜି ଆଉ ପାଦେ ଆଗକୁ ଯାଇ ଋଣ ଚାଡ ସହ ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଛି । ଫଳରେ ଦୁଇ ଦଳର ରାଜନୀତି ସରଗରମ ହେବାରେ ଲାଗିଛି ।

୮ରେ ବିଜେଡିର ସଂସଦ ଘେରାଉକୁ ବିଜେପିର ସଚ୍ଚିବାଳୟ ଘେରାଉ ଡାକରା

ସୋମବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କେନ୍ଦ୍ର ବିଜେପି ସରକାରଙ୍କ ଉପରେ ଦୋଷ ଲଦା ଯାଇଥିଲା । ଚାଷୀଙ୍କ ସମସ୍୍ୟାକୁ ଅଣଦେଖା କରୁନଥିବା ନେଇ ଅଭିିଯୋଗ କରାଯାଇଥିଲା । ବିଜେପି ତାର ନିର୍ବାଚନ ଇସ୍ତହାରରେ ଚାଷୀ ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟ ଦେଢ ଗୁଣ କରିବା ପାଇଁ ପ୍ରତିଶୃତି ଦେଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରତିଶୃତି ଦେଇଥିଲେ । କିନ୍ତୁ ଚାଷୀଙ୍କ ସହାୟତ ମୂଲ୍ୟ ଦେଢଗୁଣ ବୃଦ୍ଧି କଲେ ନାହିଁ । ଏଥିରେ କ୍ୱଣ୍ଟାଲ ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ସର୍ବସମତ ପ୍ରସ୍ତାବ ଗ୍ରହଣ କରାଯାଇ କେନ୍ଦ୍ରକୁ ପଠାଯାଇତିଲା । କିନ୍ତୁ କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ । ଏହି ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବିଜେଡି ରାଜ୍ୟରେ ଏକାଧିକ ବାର ଆନ୍ଦୋଳନ କରିଛି । ଏବେ ଦିଲ୍ଲୀ ଯିବାକୁ ଯୋଜନା କରିଛି । ସୋମାବାର ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ କ୍ଷରୁ ଏନେଇ ଗୋଷଣା କରାଯାଇଚି । ଆସନ୍ତା ୬ ତାରିଖରେ ଦିଲ୍ଲୀ ଚାଲ ଅଭିଯାନ ଡାକରା ଦେଇଛନ୍ତି । ୮ ତାରିଖରେ ସଂସଦ ଭବନ ଘେରାଉ କରିବେ ବୋଲି ବିଜେଡି ନେତା ମାନେ କହିଥିଲେ ।
ଏହାର ଜବାବରେ ମଙ୍ଗଳବାର ବିଜେପି ରାଜ୍ୟର ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି ଯେ, ଆଜିଠୁ ୭ ତାରିଖ ଯାଏଁ ବିଜେପିର ମଣ୍ଡି ଚାଲ ଅଭିଯାନ କରାଯିବ । ସବୁ ମଣ୍ଡି ଆଗରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ । କୃଷି ଋଣ ଛାଡ ଦାବିରେ ୮ରେ ସଚିବାଳୟ ଘେରାଉ କରାଯିବ । ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ ସହ ସୁଧ ମୁକ୍ତ ଋଣ ଦିଆଯିବ । ରାଜ୍ୟ ସରକାର ଓ ମିଲରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ସରକାରଙ୍କ ଯୋଜନା । ଦିଲ୍ଲୀ ଯିବା ପରିବର୍ତ୍ତେ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

https://www.onakhabar.com/central-govt-declaired-1023-59-core-assistance-to-odisha-for-cyclone-tiltli/