OnaKhabar

ତୁମେ କିଣିଛ ତୁମେ ହିଁ ପିନ୍ଧେଇବ…..

0 21

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ସେ ତାଙ୍କ ଖେଳ ପର୍ଦଶନ ପାଇଁ ନୁହେଁ କି ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଏଥର ସେ ତାଙ୍କ ପତ୍ନୀ ସାକସୀ ସିଂହ ଧୋନୀଙ୍କ ଲାଗି ଚର୍ଚ୍ଚାକୁ ଆସିଛନ୍ତି । ସାକସୀ ଇନଷ୍ଟାଗ୍ରାମରେ ଦୁଇଟି ଫଟୋକୁ ସେୟାର କରି ଖୁବ୍ ଚର୍ଚ୍ଚାକୁ ଆସିଥିବାର ଦେଖିବାକୁ ମିଳୁଛନ୍ତି ।

ଉକ୍ତ ଦୁଇଟି ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି ଯେ “ତୁମେ କିଣିଛ ତୁମେ ହିଁ ପିନେ୍ଧଇବ” ବୋଲି ଲେଖି ସେୟାର କରିଛନ୍ତି । ଉକ୍ତ ଦୁଇ ଫଟୋରେ ଧୋନୀ, ସାକସୀଙ୍କୁ ହିଲ ପିନ୍ଧାଉଥିବା ବେଳେ ଅନ୍ୟଟିରେ ସେ ତାଙ୍କ ହାତରେ ଏକ ବେର୍ସଲେଟ ପନ୍ଦାଉଛନ୍ତି ।

ତେବେ ଏହି ଫଟୋ ସେୟାର ହେବା ପରେ ପ୍ରଶଂସକଙ୍କ ଏହାକୁ ଖୁବ ଭାଇରାଲ କରୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଫଟୋ ଉପରେ ଉଭୟ ମିଶ୍ରଣ ପ୍ରତିକ୍ରିୟା ମିଳୁଛି । ଅନେକ ଏହାକୁ ନେଇ ପ୍ରଶଂସା କରୁଥିଲାବେଳେ ଅନେକ ଏହାକୁ ନେଇ କଡା ସମାଲୋଚନା କରୁଥିବାର ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ତେବେ କେବଳ ଧୋନୀ କ୍ରିକେଟ ଦଳର ଅଧିନାୟକ ନୁହଁନ୍ତି ତାଙ୍କ ପତ୍ନୀଙ୍କ ପାଇଁ ମଧ୍ୟ ଜଣେ ଅଧିନାୟକ ବୋଲି ଏହି ଫଟୋରୁ ଅନୁମାନ କରିହେଉଛି ।

Leave A Reply

Your email address will not be published.