OnaKhabar

ଝିଅ ଆଗରେ ଏପରି ମାଆ ସହ କଣ ହେଲା ଯେ ?? ….

0 20

କେନ୍ଦୁଝର: ରାଜ୍ୟରେ ବଢିଚାଲିଛି ଦୁର୍ଘଟଣା | ତେବେ ଏହି ଦୁର୍ଘଟଣା ମଧ୍ୟରୁ ଆମ୍ବୁଲାନ୍ସ ଦୁର୍ଘଟଣା ଜୋରସେରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ସରକାର ଆମ୍ବୁଲାନ୍ସ ରୋଗୀଙ୍କ ଲାଗି କରିଥିବା ବେଲେ କିନ୍ତୁ ଉକ୍ତ ଆମ୍ବୁଲାନ୍ସ ହିଁ ଅନେକଙ୍କ ଜୀବନ ନେଉଥିବାର ଦେଖିବାକୁ ମିଳୁଛି | ତେବେ ଆମ୍ବୁଲାନ୍ସକୁ ଚଲାଉଥିବା ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଲାଗି ଏପରି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଆଜି ଏକ ଏପରି ଦୁର୍ଘଟଣା ସାମନାକୁ ଆସିଛି ଯାହା ଖୁବ ଦୁଃଖଦ ବୋଲି ଜଣାପଡିଛି | ଜଣେ ମହିଳା ତାଙ୍କ ଝିଅ ସହ ବସରୁ ଓହ୍ଲାଇବଲା ବେଳେ ତାଙ୍କ ଉପରେ ଏକ ଆମ୍ବୁଲାମ୍ସ ଚଢେଇ ଦେଇଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡ଼ି ନିକଟରେ | ମୃତ ମହିଳା ଜଣଙ୍କ ହେଉଛନ୍ତି ପର୍ଶୁରାମପୁରର ଲୋଚନା ନାଏକ । ସୁଚନାରୁପ୍ରକାଶ, ବସ୍‌ରୁ ଓହ୍ଲାଇ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଲୋକମାନେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ତେବେ ପୁଲିସ ବୁଝାଇ ଦେବା ପରେ ସିନା ଲୋକେ ବୁଝି ଯାଇଥିଲେ କିନ୍ତୁ ମହିଳାଙ୍କ ଝିଅର ଏଥିରେ କଣ ଭବିଷ୍ୟତ ଓ ଏଥିରେ ତାଙ୍କର କଣ ଭୁଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ତେବେ ଆମ୍ବୁଲାନ୍ସର ଡ୍ରାଇଭରର ଏପରି ବେପରୁଆ ଡ୍ରାଇଭିଂ ଲାଗି ଏମିତି ଯେ କେତେ ସାଧାରଣ ଜୀବନ ଗଲାଣି ତାହା ଆକଲନ କରିବା ମଧ୍ୟ ଅସମ୍ବବ ହୋଇପଡିଛି |

 

Leave A Reply

Your email address will not be published.