OnaKhabar

ଚିନି କାରଖାନରେ ବିସ୍ଫୋରଣ, ଛଅ ମୃତ, ପାଞ୍ଚ ଆହତ

0 16

ବେଙ୍ଗାଲୁରୁ: ରବିବାର କର୍ଣ୍ଣାଟକର ଚିନି କାରଖାନାରେ ବଏଲର ବିସ୍ଫୋରଣ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ, କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାରେ ଏହି ସୁଗାର ଫ୍ୟାକ୍ଟ୍ରି ନିରାନି ସୁଗାର ଲିମିଟେଡ୍‌ର ୟୁନିଟ୍‌ର ରହିଛି । ସୁଗର ଫ୍ୟାକ୍ଟ୍ରିର ମାଲିକ ହେଉଛନ୍ତି ନିରାନି ବଦର୍ସ ତଥା ଭାଜପା ବିଧାୟକ ମୁରୁଗେସ ନିରାନି ଓ ତାଙ୍କ ଭାଇ ସଙ୍ଗମେସ୍‌-ଅନୁମନଥା | ଏହି ଦୁର୍ଘଟଣାକୁ ନେଇ ମୁରୁଗେସ ନିରାନି ଦୁଃଖ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ହୋଇଛି । ଯାହାକି ଫ୍ୟାକ୍ଟ୍ରିଠାରୁ ଅଧାକିଲୋମିଟର ଦୂରରେ ରହିଛି । ଏହି ଫ୍ୟାକ୍ଟ୍ରିରେ ପାଖାପାଖି ୧ହଜାର ଲୋକ କମା କରୁଥିଲେ । ବିସ୍ଫୋରଣ ସମୟରେ ଘଟଣାସ୍ଥଳରେ ୭ଜଣ ଲୋକ କାମ କରୁଥିଲେ । ତିନିଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଆଉ ତିନିଜଣଙ୍କ ମୃତ୍ୟୁ ହସ୍‌ପିଟାଲରେ ଚିକିତ୍ସାଧୀନ ସମୟରେ ହୋଇଥିବା ଜଣାପଡ଼ିଛି । ଅନ୍ୟ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଥିବା କଥା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏପରି ବିସ୍ଫୋରଣ କାହିଁକି ହେଲା ତାହାକୁ ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/father-murder-his-daughter-in-hariyana/

 

Leave A Reply

Your email address will not be published.