OnaKhabar

ଦନ୍ତା ହାତୀର ମୃତ ଦେହ ଉଦ୍ଧାର

0 10

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍‌ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିଲା ସନ୍ଦେହ କରାଯାଉଛି । ଏଥିସହ ହାତୀଟିର ବେକ ମଧ୍ୟ କଟା ଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଉପଦ୍ରବ କରୁଛନ୍ତି । ବଣାଇ ରେଞ୍ଜ୍‌ ଅନ୍ତର୍ଗତ ଘୋଷରା, ଅଲେଖପୁର ଓ ଗୁଡ଼ିଆଳିରେ ୧୪ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଆଜି ସକାଳେ ହାତୀପଲ ଗାଁରେ ପଶି ଗୋଟିଏ ଘରର ପାଚେରି ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି ବୋଲି ସୂଚନା ମିଳିଛି । ତେଣୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନବିଭାଗ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି । ସେହିପରି ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଗଡ଼ବଳଭଦ୍ରପୁର ପଞ୍ଚାୟତ ମଣିଜିପୁର ଗାଁ ପାଖରେ ହାତୀପଲ ଉପଦ୍ରବ କରୁଛନ୍ତି। ଏହି ହାତୀ ପଲରେ ପ୍ରାୟ ୨୫ ରୁ ୩୦ ହାତୀ ଅଛନ୍ତି। ଏହି ହାତୀପଲ ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ।

 

Leave A Reply

Your email address will not be published.