OnaKhabar

ବିବାହ ବନ୍ଧନରେ ଆବଦ୍ଧ ହେଲେ ସାଇନା ନେୱାଲ ଓ ପୁରୁପାଲି କାଶ୍ୟପ

0 31

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ବ୍ୟାଡମିଟନ ତାରକା ସାଇନା ନେୱାଲ ଓ ପୁରୁପାଲି କାଶ୍ୟପ | ଆଜି ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲଙ୍କ ବାହାଘର ସମ୍ପନ୍ନ ହୋଇଯାଇଥିବାର ସୂଚନା ମିଳୁଛି | ଟ୍ୱିଟରରେ ନିଜେ ସାଇନା ଏହି ବିଷୟରେ ସୂଚନା ଦେଇଥିବାର ଦେଖିବାକୁ ମିଳୁଛି । ଏହି ଶୁଭ ଅବସରରେ ସାଇନା ତାଙ୍କ ସ୍ଵାମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଏହା ମୋ ଜୀବନର ଶ୍ରେଷ୍ଠ ମ୍ୟାଚ” । ୨୦୧୫ ମସିହାରୁ ଦୁହେଁ ପୁଲେଲା ଗୋପୀଚାନ୍ଦଙ୍କଠାରୁ ତାଲିମ ନେଉଛନ୍ତି । ସମ୍ଭବତଃ ୩ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଡେଟିଂ ଚାଲିଛି । ଏ ସମ୍ପର୍କରେ କିଛି ମାସର ଚର୍ଚ୍ଚା ପରେ ଗତ ଅକ୍ଟୋବରରେ ସାଇନା ନିଜ ବାହାଘର ବାବଦରେ ସ୍ପଷ୍ଟ କରିଥିଲେ । ତାହ୍କ ବିବାହରେ ତେଲେଙ୍ଗାନା ବିଧାୟକ କେଟି ରାମା ରାଓ, ଫିଲ୍ମ ଅଭିନେତା ଚିରଞ୍ଜୀବୀ, ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହ ଏବଂ କୋଚ୍‌ ଗୋପୀଚାନ୍ଦ ଆଦି ବ୍ୟକ୍ତିଙ୍କୁ ତାଙ୍କ ରିସେପ୍ସନ ପାର୍ଟିକୁ ନିମନ୍ତ୍ରଣ କରିଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.