OnaKhabar

୨୩ରେ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ମିମଳନୀ

52

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି । ସମ୍ମିଳନୀରେ ରାଜ୍ୟର ବିଭିନ୍ନ କଲେଜରୁ ହଜାରରୁ ଊଦ୍ଧ୍ୱର୍ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁରସ୍ଥିତ ଡାଏମଣ୍ଡ ଜୁବଲି ହଲରେ ଅନୁଷ୍ଠିତ ହେବ । ଏହି ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ସରକାରୀ କର୍ମଚାରୀ ପାଉଥିବା ୧୬.୫ ମାସର ଗ୍ରାଚ୍ୟୁଇଟି, ଛୁଟି ବିକ୍ରୟ, କମ୍ପ୍ୟୁଟେଡ ପେନସନ ଇତ୍ୟାଦି ବେସରକାରୀ କଲେଜ କ୍ଷେତ୍ରରେ ଲାଗୁ କରିବା, ସପ୍ତମ ବେତନ କମିସନରେ ଥିବା ଅସଙ୍ଗତି ଦୂର, ଗ୍ରାଚ୍ୟୁଇଟି ସୀମା ୧୫ ଲକ୍ଷକୁ ବୃଦ୍ଧି, ୧୯୮୯ ଏପ୍ରିଲଠାରୁ ୟୁଜିସି ଦରମା ସମ୍ପ୍ରସାରଣ, ୧୮ ବର୍ଷରେ ରିଡର୍କୁ ପଦୋନ୍ନତି, ପରିଚାଳନା ସମିତି ୨୦୧୪ ପରଠାରୁ ନିଯୁକ୍ତ କରିଥିବା କର୍ମଚାରୀ ଓ ଅଧ୍ୟାପକଙ୍କୁ ପୂର୍ଣ୍ଣ ଅନୁଦାନ, ୨୦୧୮ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ଓ ଏସିପି ପ୍ରଦାନ ପ୍ରଭୃତି ଦାବି ନେଇ ଆଲୋଚନା ହେବ । ଏଥିରେ ବହୁ ସଂଖ୍ୟାରେ ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେବାପାଇଁ ସଂଘ ସାଧାରଣ ସମ୍ପାଦକ ଆହ୍ୱାନ ଦେଇଛନ୍ତି ।

https://www.onakhabar.com/matric-exam-will-be-held-in-22th-february-2019/