OnaKhabar

ଓଡ଼ିଶାରେ ବି ପରିବର୍ତ୍ତନ ହେବ: ଧର୍ମେନ୍ଦ୍ର

0 16

ଭୁବନେଶ୍ୱର: ବିଜେପି ପକ୍ଷରୁ ରାଜ୍ୟରେ ଚାଲିଥିବା ଜନମତ ପଦଯାତ୍ରାରେ ବିଭିନ୍ନ ସ୍ଥାନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି । ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳକୁ ଆଧାର କରି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବ । ଲୋକପ୍ରିୟତାର ଜାଗିର ମିଳିଛି ବୋଲି ୧୯ ବର୍ଷ ଧରି କ୍ଷମତାରେ ରହିବା ପରେ ଯେଉଁ ଅହଂକାର ଦେଖାଉଛନ୍ତି ତାହାର ପତନ ହେବାକୁ ଯାଉଛି । ରାଜ୍ୟରେ ଏକ ସ୍ଥାଣୁ, ଅପାରଗ ଓ ଭ୍ରଷ୍ଟାଚାର ସରକାର ଚାଲିଛି । ଲୋକେ ପରିବର୍ତନ ପାଇଁ ମନ ବଳାଇଲେଣି । ମଧ୍ୟପ୍ରଦେଶରେ ଆମ ଭୋଟ ବଢିଛି, ରାଜସ୍ଥାନରେ ଅଳ୍ପକେ ହାରିଛୁ । ଲମ୍ବା ସମୟର ସରକାର ବିରୋଧରେ ଲୋକଙ୍କର ମନ ବଳିଛି । ଓଡିଶାରେ ଲମ୍ବା ସମୟ ଧରି ଯେଉଁମାନେ ଶାସନରେ ଅଛନ୍ତି ସେମାନେ ଯିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ର ଆଜି ଜଳେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଂଚଳରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

My address at Jan Paramarsh Sabha in Rajkanika Block, Kendrapara.

Dharmendra Pradhan द्वारा इस दिन पोस्ट की गई शुक्रवार, 14 दिसंबर 2018

Leave A Reply

Your email address will not be published.