OnaKhabar

କାର ଦୁର୍ଘଟଣା, ୭ ମୃତ ଓ ୩ ଆହତ

50

ଜାମ୍ମୁ କାଶ୍ମୀର : ରାଜ୍ୟରେ କେବଳ ଦୁର୍ଘଟଣାର ସଂଖ୍ୟା ବଢୁନାହିଁ ରାଜ୍ୟ ବାହାରେ ମଧ୍ୟ ଏହାର ସଂଂଖ୍ୟା ବୃଦ୍ଧି ପାୁଥିବାର ଦେଖିବାକୁ ମିଳୁଛି | ତେବେ ଗତକାଲି ଜାମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ସୁରଜଗଡ ଗ୍ରାମ ନିକଟରେ ଏକ କାର୍ ସ୍ଲିପ୍ କରିବା କାରଣରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଆହାତମାନଙ୍କୁ ହସ୍ପିଟାଲରେ ଭର୍ତି କରିଥିବାର ସୂଚନା ମିଳିଛି । ସୁଚନାମୁତାବକ, ପାହାଡରେ ତୁଷାରପାତ ହୋଇଥିବା କାରଣରୁ ରାସ୍ତା ଓଦା ଥିଲା, ଯାହାଫଳରେ କାରଟି ସ୍ଲିପ୍ କରିଥିବା ଅନୁମାନ କରାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସୁଜନ୍ଧର ଗ୍ରାମ ଅଭିମୁଖେ ଯାଉଥିବା ଏହି କାରର ଚାଳକ ନିୟନ୍ତ୍ରଣ ହରେଇବାରୁ କାରଟି ଦମସଗଲି ଖାଇରେ ପଡି ଯାଇଥିଲା । କାରର କ୍ଷମତା ଠାରୁ ଅଧିକ ଲୋକ ଥିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ସୂଚନା ମିଳିଛି |

https://www.onakhabar.com/bus-accident-regularly-incresed-2-dead-and-37-injuired/