OnaKhabar

ରାଜ୍ୟରେ ବଢିଚାଲିଛି ବସ ଦୁର୍ଘଟଣା, ତିନିଦିନରେ ଦୁଇ ମୃତ ଓ ୩୭ ଆହତ

0 56

ଆଠଗଡ଼: ରାଜ୍ୟରେ ପ୍ରତ୍ୟେକ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ହେଉଥିବାର ଦେଖିବାକୁ ମିଳୁଛି | ତେବେ ଏତେମାତ୍ରାରେ ବର୍ତ୍ତମାନ ଦୁର୍ଘଟମା ସଂଖ୍ୟା ବଢୁଛି ଯେ ତାହାକୁ ରୋକିବା ମଧ୍ୟ କଷ୍ଟକର ହେଉପଡୁଛି | ତେବେ ପ୍ରଶାସନିକ ସ୍ତରରେ ଏଥିପ୍ରତି କଡା ପଦକ୍ଷେପ ଯେପରି ରାସ୍ତା ମଝିରେ ସ୍ପିଡ ବ୍ରେକରର ଲଗାଇବାସହ ଗାଡି ଧାରେ ଚଲାଇବା ପାଇଁ ପେଟ୍ରୋଲିଂ କରିବା ମଧ୍ୟ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ତେବେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ସାତ ଜଣ ଆହତ ହୋଇଥିବାର ଅଭିଯୋଗ ହେଉଛି | ଏହି ମର୍ମନ୍ତୁଦ ଦୁର୍ଘଟଣା କଟକ ଜିଲ୍ଲା ଆଠଗଡ଼ର ଖୁଣ୍ଟୁଣୀ ବଜାରରେ ଘଟିଛି | ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ପାଞ୍ଚ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୁଚନାରୁପ୍ରକାଶ, ବସ୍‌ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଭୋର୍ ପ୍ରାୟ ୫ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୁଲିସ୍‌ ଘଟଣାର ତଦନ୍ତ କରୁଛି ।
ସହିପରି ଗୁରୁବାର ଭୋର୍ ପ୍ରାୟ ୩ଟା ବେଳେ ବୌଦ୍ଧ ଜିଲ୍ଲା ମାଦିଙ୍ଗ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ବସ୍‌ଟି ଭୁବନେଶ୍ୱରରୁ ନୂଆପଡ଼ା ଜିଲ୍ଲାର ସିନାପାଲି ଯାଉଥିଲା । ସେହିଭଳି ବୁଧବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଏକ ବସ୍ ଓଲଟି ପଡ଼ିଥିଲା । ଏଥିରେ ୧୫ ଜଣ ଆହତ ହୋଇଥିଲେ । ବାଲେଶ୍ୱରରୁ ପିକ୍‌ନିକ୍ ସାରି ଅନୁଗୋଳ ଫେରୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ । ତେବେ ଏତେମାତ୍ରାରେ ବସ ଦୁର୍ଘଟଣା ହୋଇ ସାଦାରଣ ଜୀବନ ଯାଉଛି ଯେ ତାହା କଳ୍ପନା କରିବା ଅସମ୍ଭବ | ତେବେ ବସ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ ଲାଗି ଏପରି ଦୁର୍ଘଟଣା ଘଟୁଥିବାର ଅନୁମାନ କରିହେଉଛି |

https://www.onakhabar.com/ambulance-accident-one-dead-6-injuired/

 

Leave A Reply

Your email address will not be published.