OnaKhabar

ଉତ୍କଳ ବିଶ୍ୱବିଦ୍ୟାଳୟରେ ହାତାହାତି ହେଲେ ଶିକ୍ଷକ

0 7

ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସବୁବେଳେ ଗଣ୍ଡଗୋଳ ହୋଇ ସାଇନଡାଇ ପର୍ଯ୍ୟନ୍ତ ପରିସ୍ଥିତି ହୋଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ସଂଘ ନିର୍ବାଚନ ବଳି ଯାଇଛି ଛାତ୍ରସଂସଦ ନିର୍ବାଚନୀ ଉତ୍ତେଜନାକୁ । ଶିକ୍ଷକ-ଶିକ୍ଷକ ମଧ୍ୟରେ ହାତାହାତି ହେବାର ଦେଖିବାକୁ ମିଳିଛି । ଆହୁରି ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଛି । ଦିନକୁ ଦିନ ପରିସ୍ଥିତି ଅଧିକ ଉତ୍ତେଜନାମୂକଳ ହେଉଛି । ଏବେ ଶିକ୍ଷକ ସଂଘ ମାମଲା ଯାଇ ଥାନାରେ ପହଂଚିଛି । ଛାତ୍ରନେତାମାନେ ଗତକାଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଘେରିଥିଲେ । ଏଠାରେ ଗତ ଦୁଇ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବ ନ୍ଦ ହୋଇଛି । ଏହି ଦୃଷ୍ଟିରୁ ଶିକ୍ଷକ ସଂଘ ନିର୍ବାଚନକୁ ମଧ୍ୟ ବନ୍ଦ କରାଯାଉ ବୋଲି ଛାତ୍ରନେତାମାନେ ଜିଦ ଧରିଛନ୍ତି । ଏହି ଘଟଟାକୁ ନେଇ ଉକ୍ରଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପ୍ରଫେସର ପି.କେ. ପ୍ରଧାନ ସହିଦନଗର ଥାନା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି ।
ଆସନ୍ତା ୧୮ ତାରିଖରେ ହୋଇଥାନ୍ତା ଉକ୍ରଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ । ହେଲେ ନିର୍ବାଚନ ପୂର୍ବରୁ ଗତ ମଙ୍ଗଳବାର ବାଣିଜ୍ୟ ବିଭାଗ ପରିସରରେ ନାମାଙ୍କନ ଦାଖଲ ପ୍ରକ୍ରୀୟା ଚାଲିଥିବା ବେଳେ ହଠାତ ୩ ଜଣ ଯୁବକ ପହଂଚି ପ୍ରଫେସର ପ୍ରଧାନଙ୍କୁ ଧମକ ଦେଇ ନାମାଙ୍କନ ବାକ୍ସ ଛଡ଼ାଇ ନେଇ ଯାଇଥିଲେ । ଏ ବାବଦରେ ପ୍ରଫେସର ପ୍ରଧାନ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳସଚିବ ଦୟାନିଧି ନାୟକଙ୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଅଭିଯୋଗ କରିଥିଲେ । ମାତ୍ର କୁଳସଚିବ କୌଣସି ପଦକ୍ଷେପ ନେଇ ନ ଥିବାରୁ ପ୍ରଫେସର ପ୍ରଧାନ ନିଜେ ଯାଇ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଛାତ୍ରମାନେ ମଧ୍ୟ ପାଲଟା ଅଭିଯୋଗ କରିଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ପ୍ରତି ବର୍ଷ ଉକ୍ରଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ନିର୍ବାଚନ ହୋଇଥାଏ । ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପଦକ, କୋଷାଧ୍ୟକ୍ଷ ଓ ୧୦ ଜଣ ନିର୍ବାହୀ ସଦସ୍ୟ (ଏକଜ୍ୟୁକ୍ୟୁଟିଭ ମେମ୍ବର)ଙ୍କ ପାଇଁ ନିର୍ବାଚନ ହୋଇଥାଏ ।

Leave A Reply

Your email address will not be published.