OnaKhabar

ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ ଭାରିଅର୍‌, ‘ଗୁଗଲ୍‌ ଇଣ୍ଡିଆର ମୋଷ୍ଟ୍‌ ସର୍ଚ୍ଚ୍‌ଡ୍‌ ପର୍ସନାଲିଟି ଅଫ୍ ଦି ଇୟର୍‌’ ହେଲେ ପ୍ରିୟା

61

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗଲ୍‌ରେ ସର୍ବାଧିକ ଭାରତୀୟଙ୍କ ଦ୍ୱାରା ଖୋଜା ଯାଇଥିବା ପର୍ସନାଲିଟି ନମ୍ବର-୧ ବିବେଚିତ ହୋଇଛନ୍ତି ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିଅର୍‌ । ଗୁଗଲ୍‌ ଇଣ୍ଡିଆ ପକ୍ଷରୁ ବୁଧବାର ଦିନ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବାର ସୂଚନା ମିଳିଛି । ପ୍ରିୟା ପ୍ରକାଶଙ୍କ ‘ଆଖି ମରା’ ଭିଡିଓ ସୋଶାଲ୍‌ ମିଡିଆରେ ଜୋରସୋରରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶ ଓ ବିଦେଶରେ ମଧ୍ୟ ଲୋକେ ପାଗଳ ହୋଇ ଦେଖିବା ପାଇଁ ଗୁଗୁଲକୁ ସର୍ଚ୍ଚ କରିଥିଲେ | ଉଲ୍ଲେଖନୀୟ, ମାଲାୟମ୍‌ ଗୀତ ‘ମାନିକ୍ୟ ମଲରାୟ ପୁବି’ରେ ପ୍ରିୟା ପ୍ରକାଶ ଆଖି ମାରି ପ୍ରଶଂସକଙ୍କ ଦିଲ୍‌ ଜିତିଥିଲେ । ତେବେ ପ୍ରଥମ ତାଲିକାରେ ପ୍ରିୟା ପ୍ରକାଶ ଥିବାବେଳେ ଦ୍ୱିତୀୟରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଓ ତୃତୀୟରେ ଭାରତୀୟ ନୃତ୍ୟକାରି ସପ୍ନା ଚୌଧୁରୀ ରହିଛନ୍ତି | ତେବେ ୨୦୧୭ରେ ହଟ୍‌ ଷ୍ଟାର୍‌ ସନ୍ନି ଲିଓନି ‘ଗୁଗଲ୍‌ ଇଣ୍ଡିଆର ମୋଷ୍ଟ୍‌ ସର୍ଚ୍ଚ୍‌ଡ୍‌ ପର୍ସନାଲିଟି ଅଫ୍ ଦି ଇୟର୍‌’ ବିବେଚିତ ହୋଇଥିଲେ ।

https://www.onakhabar.com/kapil-marriage-photos-viral-on-air/