OnaKhabar

କିପରି ମାଆ ଲକ୍ଷ୍ମୀଙ୍କୁ ଘରକୁ କରିବେ ଆଗମନ, ପଢନ୍ତୁ ଏହି ଖବରରେ …..

57

ଭୁବନେଶ୍ୱର: ଲୋକେ ଯେତେ ଆଗକୁ ଗଲେ ମଧ୍ୟ ସବୁରି ମୂଳରେ ଧର୍ମ ହିଁ ରହିଥାଏ | ତେଣୁ ଦର୍ମକୁ ମାନି ଚଳିବା ନିହାତି ଆବଶ୍ୟକ ଏବଂ ଅନ୍ୟକ ମଧ୍ୟ ଧର୍ମ କାର୍ଯ୍ୟ କରନ୍ତି ବୋଲି ଦେଖିବାକୁ ମିଳେ | ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତି ଓ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଇଛି । ଏପରିକି ଆମ ଜୀବନର ସମସ୍ତ ସୁଖର ଚାବି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପାଦୃଷ୍ଟି ରହିଥାଏ, ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ । ତେଣୁ ରାଶିରେ ବୃହସ୍ପତି ଚଳନ ହେଲେ, ଦେବଗୁରୁଙ୍କୁ ଖୁସି ରଖିବା ଆବଶ୍ୟକ ବୋଲି କୁହାଯାଏ ।
ତେଣୁ ବହୃସ୍ପତିଙ୍କ ବାର ଅର୍ଥାତ୍‌ ଗୁରୁବାରରେ କ’ଣ କଲେ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା….
୧. ଗୁରୁବାରରେ ବିଳମ୍ବ ଯାଏ ଶୋଇ ରୁହନ୍ତୁ ନାହିଁ । ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାର ସଫା କରିବା ଆବଶ୍ୟକ ।
୨. ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ତାରେ ପୂଜା କରନ୍ତୁ ନାହିଁ । ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡ଼ୁ କରନ୍ତୁ । ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ ।
୩. ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରିବେ ।
୪. ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ । ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।
୫. ଗୁରୁବାରରେ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି କୁହାଯାଏ । ଏହି ଦିନ ହଳଦୀ, ଚଣା ଡାଲି କିମ୍ୱା କଦଳୀ ଦାନ କରନ୍ତୁ । ଏହା ସହ ଗୁରୁବାର ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ, ନିଶ୍ଚୟ ଶୁଭ ଫଳ ମିଳିବ ।
୬. ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ । ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ । କିଛି ଶ୍ୱେତ ପୁଷ୍ପ ମଧ୍ୟ ମା’ଙ୍କ ଉପରେ ଚଢ଼ାନ୍ତୁ ।
୭. ଗୁରୁବାର ଭୁଲ୍‌ରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କି ଖାଆନ୍ତୁ ନାହିଁ।
୮. ଗୁରୁବାର ଦିନ ୧୨ଟା ପରେ କାହାକୁ ବି ଭିକ ଦିଅନ୍ତୁ ନାହିଁ । ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ଲକ୍ଷ୍ମୀ ଛାଡ଼ିଯା’ନ୍ତି ବୋଲି କୁହାଯାଏ ।
୯. ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ ।
୧୦. ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ । ଏହାଦ୍ୱାରା ଆଖପାଖର ବାତାବରଣ ଶୁଦ୍ଧ ହେବ ଓ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯିବେ ।