OnaKhabar

୧୫ରେ ବାତ୍ୟା ଆଶଙ୍କା, ସର୍ତକ  କଲା ପାଣିପାଗ ବିଭାଗ

61

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷିବ । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ବର୍ଷା ଜାରି ରହିବ । ଏହା ସହିତ ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶାରେ କେତେକ ଅଂଚଳରେ ଆସନ୍ତା ଡିସେମ୍ବର୧୫ ତାରିଖରେ ଝଡ, ବର୍ଷା ହେବାର ସମ୍ବାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।ବାତ୍ୟା ଲାଗି ସଜାଗ ରହିବା ସହ ଆପତ୍ତକାଳୀନ ଫସଲ ଯୋଜନା ଗ୍ରହଣ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ଲାଗି ସଜାଗ ରଖାଯାଇଛି । ତେବେ ଚାଷୀମାନଙ୍କୁ ଏଥିପାିଁ ବେଶି ସଜାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟାଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁର କ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମଣ୍ଡିରେ ପଡିରହିଥିବା ଧାନକୁ ଘୋଡାଇ ସୁରକ୍ଷା ରଖିବାକୁ ମଧ୍ୟ କୁହାଯାଇଛି । କେବେଳ ଧାନ ନୁହେଁ ଧାନ ସମେତ ଡାଲି ଜାତୀୟ ଫସଲ ଯଥା ମୁଗ, ବିରି, ବୁଟ, ମଟର ଓ କୋଳଥକୁ ପାଣି ନିଷ୍କାସନ କରିବାକୁ ବାଟ କରିବାକୁ କୁହାଯାଇଛି । ଏଥିସହ ପନିପରିବା ଲାଗିଥିବା ବିଲରେ ପାଣି କଟିବାକୁ ବାଟ କରିବା ସହ ଫଲକୋବି, ବନ୍ଧାକୋବି ଓ ଟମାଟର ଆଦି ତୋଳ ସଂଗହିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

https://www.onakhabar.com/3-days-rain-fall-in-odisha/