OnaKhabar

ମାଲିକ ମାଡରେ ଶ୍ରମିକ ମୃତ

77

ବଲାଙ୍ଗୀର: କାମରେ ବିଳମ୍ବ କରିବାରୁ ମାଲିକ ମାଡରେ ମୃତ୍ୟୁବରଣ କରିଛି ଦାଦନ ଶ୍ରମିକ | ଏପରି ଅଭିଯୋଗ ହୋଇଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଡ଼ୁମ୍ବେରପଦର ଗାଁରେ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡଡ଼ିଛି । ସୂଚନାପ୍ରକାଶ, ଦାଦନ ଖଟିବା ପାଇଁ ଶ୍ରମିକ ଜଣକ ତାଙ୍କ ମାଲିକଙ୍କ ଠାରୁ କିଛି ଟଙ୍କା ଆଡଭାନ୍ସରେ ନେଇଥିଲେ । ମାତ୍ର କାମ କରିବାରେ ବିଳମ୍ବ ହେବାରୁ ତାଙ୍କୁ ଦୁଇ ଜଣ ମାଡ଼ ମାରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କରାଣ ସ୍ପଷ୍ଟ ହୋଇନାହିଁ ବୋଲି ସୂଚନା ମିଳିଛି |

https://www.onakhabar.com/bus-accident-one-dead-10-injuired/