OnaKhabar

ରାଜ୍ୟରେ ତିନିଧରି ବର୍ଷିବ, ସର୍ତକ କରାଇଲା ପାଣିପାଗ ବିଭାଗ

0 17

ଭୁବନେଶ୍ୱର: ରାଜ୍ୟରେ ତିନି ଦିନଧରି ବର୍ଷିବ | ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷିବ । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ବର୍ଷା ଜାରି ରହିବ । ଏହା ସହିତ ଏହି ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ କରି ସମୁଦ୍ର ଭିତରକୁ ମତ୍ସ୍ୟଜିବିମାନଙ୍କୁ ପ୍ରବେଶକୁ ନିଷେଧ କରାଯାଇଛି | ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଏବଂ ୧୫ ତାରିଖ ସକାଳେ ଆନ୍ଧ୍ର-ତାମିଲନାଡ଼ୁ ଉପକୂଳ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିମି ରହିବ । ଏହାର ପ୍ରଭାବରେ ତିନି ଧରି ଓଡ଼ିଶାରେ ମଧ୍ୟ ପଡ଼ିବ । ଆସନ୍ତା ୧୫,୧୬ ଓ ୧୭ ତାରିଖ ବର୍ଷା ଲାଗି ରହିବ । ଶୁକ୍ରବାର ଦକ୍ଷିଣବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ । ୧୬ ବେଳକୁ ଆଭ୍ୟନ୍ତରୀଣ ଅଂଚଳ ଯଥା ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ୧୭ ତାରିଖରେ ଉଭୟ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିବ ।

https://www.onakhabar.com/cyclone-may-be-happaned-in-2-days/

 

Leave A Reply

Your email address will not be published.