OnaKhabar

ଲଜ୍ଜାର ସୀମାା ଟପିଲେ ଦୁର୍ବୁତ୍ତ, ବିଧବା ବୃଦ୍ଧା ଓ ଦେଢ ବର୍ଷ ଶିଶୁ କନ୍ୟାକୁ କଲେ ଦୁଷ୍କର୍ମ

79

ଭୁବନେଶ୍ୱର: ଲଜ୍ଜ୍ୟ ଟପୁଛନ୍ତି ଦୃର୍ବୁତ୍ତ | ଆଜି ଏପରି ଖବର ସାମନାକୁ ଆସିଛି ଯାହା ଶୁଣିଲେ ମୁଣ୍ଡ ନଇଁଯିବ | ଶୁଣିବାକୁ ମିଳୁଛି ଜଣେ ବିଧବା ବୃଦ୍ଧାଙ୍କ ସହ ଦୁଷ୍କର୍ମ ହୋଇଥିବା ବେଳେ ଅନ୍ୟଟି ଜଣେ ଦେଢ ବର୍ଷର କଅଁଳ ଶିଶିୁ କନ୍ୟା ସହ ଦୁଷ୍କର୍ମ ହୋଇଥିବାର ଅବିଯୋଗ ହୋଇଛି | ତେବେ ଏହା ରାଜ୍ୟ ବାହାରେ ନୁହେଁ ରାଜ୍ୟ ଭିତରେ ଏବଂ ପ୍ରସିଦ୍ଧ ଜିଲ୍ଲାରେ ହୋଇଛି | ଅର୍ଥାତ୍ ବାଲେଶ୍ବର ଜିଲାଲରେ ଏପରି ନିନ୍ଦନୀୟ ଘଟଣା ଘଟିଛି | ଏପରି ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ୱରରେ ସୋର ଖୁରକୁଣୀ ଗାଁରେ ଜଣେ ବିଧବା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବାବେଳେ ଅନ୍ୟଟି ବାଲିଗୁଡ଼ାରେ ଏକ ଦେଢ଼ ବର୍ଷର ନିଷ୍ପାପ ଶିଶୁ ବଳାତ୍କାରର ଶୀକାର ହୋଇଛି ।
ସୁଚନାରୁପ୍ରକାଶ, ଜଣେ ଯୁବକ ଘରେ ପଶି ଭୁଜାଲି ଦେଖାଇ ଅସହାୟ ବୃଦ୍ଧାଙ୍କୁ ବଳାତ୍କାର କରିଛନ୍ତି । ଲୋକ ଲଜ୍ଜା ଭୟରେ ମହିଳା ଜଣକୁ ଆତ୍ମହତ୍ୟା ଉଦ୍ୟମ କରିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି | ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି । ଶିଶୁକନ୍ୟାଟିକୁ ବରଖମା ଜଂଗଲରୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତି କରାଯାଇଛି । ଜଣେ ସଂପର୍କୀୟ ଦାଦା ଏଭଳି କରିଥିବା ପରିବାର ଲୋକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦାଦାକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏପରି ନିନ୍ଦନୀୟ କାଣ୍ଡ କରିବାକୁ କିପରି ଦୃର୍ବୁତ୍ତଙ୍କ ସାହାସ ହେଉଛି ଏବଂ ପ୍ରଶାସନ ଏମାନଙ୍କ ପାଇଁ କାହିଁକି କଡାରୁ କଡା ପଦକ୍ଷେପ ନେଉନାହାନ୍ତି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି |