OnaKhabar

ମାଆ ପୁଅ କଳହରେ ପୁଅ କଲା ଆତ୍ମହତ୍ୟା

0 13

କେନ୍ଦଝର: ମାଆ ପୁଅଙ୍କ କଳହହେବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଟୁଙ୍ଗୁରାବାହାଳରେ | ସୂଚନାଯୋଗ୍ୟ, ୨ଦିନ ତଳେ ମୃତ ଯୁବକଙ୍କର ତାଙ୍କ ମା ସହ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ମାଆ ଘର ଛାଡି ପଳାଇଥିଲେ । ତେବେ ଆଜି ତାଙ୍କ ମା ଘରକୁ ଫେରିଥିଲେ ଏବଂ ଘରେ ପୁଅର ଝୁଲନ୍ତା ମୃତଦେହ ଦେଖିଥିଲେ । ତେବେ ହଠାତ୍ ଏପରି ପୁଅର ମର ଶରୀରକୁ ମାଆ ଦେଖି ଚେତା ହରାଇ ବସିଥିଲେ | ପରେ ଗ୍ରାମବାସୀ ଖବର ଜାଣିବା ପରେ ତାଙ୍କ ଚେତା ଫେରାଇବା ସହ ପୁଲିସକୁ ଏହି ସମ୍ପର୍କ ବିଷୟରେ ଜଣାଇଥିଲେ | ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଦେଇଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।ସେହିପରି ଖବର ଆଉ ଏକ ଖବର ତଳେ ପଢନ୍ତୁ,

https://www.onakhabar.com/familt-disturbance-son-murder-his-father/

Leave A Reply

Your email address will not be published.