OnaKhabar

ଆଉ ୫ଲକ୍ଷଙ୍କୁ ମିଳିବ ପେନସନ

60

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ଅଧିକ ୫ଲକ୍ଷ ହିତାଧିକାରୀଙ୍କୁ ପେନସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସେ ‘ପିଠା’ ଯୋଜନାର ସମୀକ୍ଷା କରିବାବେଳେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏଥିରେ ହିତାଧିକାରୀଙ୍କୁ ୩ଶହ ଓ ୫ଶହ ଟଙ୍କା ପେନସନ ମିଳିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଶେଷ ହୋଇଥିବା ୫ ରାଜ୍ୟର ଫଳାଫଳକୁ ଦେଖିଲା ପରେ ବିଜେପିକୁ ଟାର୍ଗେଟ କରିଥିଲେ । ଏହାପରେ ଅଧିକ ସଂଖ୍ୟାରେ ଗରିବ ବୁଢ଼ାବୁଢ଼ୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

https://www.onakhabar.com/naveen-on-pull-result-of-five-states/