OnaKhabar

ରହସ୍ୟଜନକ ଭାବେ ଦମ୍ପତି ମୃତ

0 9

ଯୋଡ଼ା: ରୁଙ୍ଗ୍ଟା ଖଣି କମ୍ପାନୀ କଲୋନୀ କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତ ଦେହ ପୁଲିସ ଜବତ କରିଛି । ପୁଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହା ଏକ ରହସ୍ୟଜନକ ମୃତ୍ୟୁ ଘଟଣା । ପରସ୍ପରକୁ ପିଟାପିଟି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଂଚଳରେ । ରୁଙ୍ଗ୍ଟା ଖଣି କମ୍ପାନୀ କଲୋନୀ କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ରୁଙ୍ଗ୍ଟା କମ୍ପାନୀରେ ମେକାନିକାଲ ଇଞ୍ଜିନିୟର ଭାବେ ଚାକିରି କରିଥିବା ସୁଜିତ୍ କୁମାର ହେମ୍ବ୍ରମ ଓ ତାଙ୍କ ପତ୍ନୀ ବେନରୀକା ହେମ୍ବ୍ରମ ।
ବାମେବାରୀ ଥାନା ଏସ୍ଆଇଙ୍କ କହିବାନୁଯାୟୀ, ଏହି କଲୋନୀରେ ରହୁଥିବା ସୁଜିତ୍ କୁମାର ହେମ୍ବ୍ରମ ଓ ତାଙ୍କ ପତ୍ନୀ ବେନରୀକା ହେମ୍ବ୍ରମି ଅଧିକାଂଶ ସମୟରେ ଝଗଡ଼ା ଲାଗନ୍ତି । ଶନିବାର ରାତିରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ପରଦିନ କବାଟ ଖୋଲିଲା ବେଳକୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଉଭୟ ପରସ୍ପରକୁ ଆକ୍ରମଣ କରି ହତ୍ୟା କରିଥିବା ଅନୁମାନ କରାଯାଉଛି । ସ୍ତ୍ରୀ ବେନରୀକାଙ୍କ ବେକରେ ଗୁଡ଼ା ହୋଇଥିବା ଲୁହାଚେନ୍କୁ ସୁଜିତ ଧରିଥିବା ଦେଖିବାକୁ ମିଳିଥିଲା । ମୃତ ଦମ୍ପତିଙ୍କ ଝିଅଙ୍କ ବୟାନ ଅନୁଯାୟୀ, ଶନିବାର ରାତିରେ ବାପା ଓ ମା’ଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଝଗଡ଼ା ନ କମିବାରୁ ମୁଁ ପାଖ ରୁମ୍ରେ କବାଟ ବନ୍ଦ କରି ଶୋଇ ପଡିଥିଲି । ସକାଳୁ ବାପା ମା କବାଟ ନ ଖୋଲିବାରୁ ମୁଁ ପଡ଼ୋଶୀଙ୍କୁ ଜଣାଇଲି । ସେମାନେ କବାଟ ଭାଙ୍ଗି ଉଭୟ ମରି ପଡିଥିବା ଦେଖିବାକୁ ପାଇଥିଲେ । ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ସାଇନ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.