OnaKhabar

ଭାସି ଭୋଜି ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ

ଆଠଗଡ଼: ପୁଣି କୋମଲମତୀ ଶିଶୁ ଡପିଲେ ରୋଗମୁଖରେ | ବାସି ଖାଦ୍ୟ ଖାଇବାରୁ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇପଡିଥାବର ଅଭଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ପାର୍ବତୀପୁର ଗାଁରେ | ତେବେ ଅସୁସ୍ଥଙ୍କ ମଧ୍ୟରୁ ୫ ଜଣ ଶିଶୁଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିବାର ସୂଚନା ମିଳିଛି । ଗୁରୁତର ଶିଶୁଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଚନାରୁପ୍ରକାଶ, ରବିବାର ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା । ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା । ଏହି ବାସି ଖାଦ୍ୟକୁ ଆଜି ସକାଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଏହି ଖାଦ୍ୟ ଖାଇବା ପରେ ପିଲାମାନଙ୍କୁ ବାନ୍ତି ଓ ଝାଡ଼ା ହୋଇଥିଲା । ବାସି ଖାଦ୍ୟ ପାଇଁ ପିଲାମାନେ ଅସୁସ୍ଥ ହୋଇଥିବା ଡାକ୍ତର କହିଥିବା ଜଣାପପଡିଛି ।