OnaKhabar

ଅମାନବିକତାର ପରିଚୟ ଦେଲା ଦୁର୍ବୁତ୍ତ, ହତ୍ୟା କରି ରାସ୍ତାକଡରେ ଥିବା ନଡାଗଦରେ ପୋଡି ଦେଲା..

0 17

ରାଇରଙ୍ଗପୁର: ଅମାନବିକତାର ପରିଚୟ ଦେଲା ଦୁର୍ବୁତ୍ତ | ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଅମଳ ପାଇଁ ଗଦା କରାଯାଇଥିବା ଧାନ ଗଛ ବିଡ଼ା ଗଦାରେ ପୂରାଇ ପୋଡ଼ି ଦିଆଯାଇଥିବାର ଅଭିଯୋଗ ହୋଇଛି । ଏପରି ଅମାନବିକତା କାଣ୍ଡ ହୋଇଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ କିଏ ଏପରି ଦୁଃଖଦ ଘଟଣା ଘଟାଇଛି ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂପର୍କରେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ସହିତ ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ପୋଡ଼ି ଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଏକ ରକ୍ତଲଗା ପଥର ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଣୁ ସନ୍ଦେହ କରାଯାଉଛି ଯେ ଉକ୍ତ ବ୍ୟକ୍ତିଙ୍କୁ କୌଣସି ସ୍ଥାନରୁ ଏଠାକୁ ଅଣାଯାଇ ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି । ତେବେ କିଏ ଏପରି ଅମାନୁଷିକ ଘଟଣା ଘଟାଇଥିବା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |

 

Leave A Reply

Your email address will not be published.