OnaKhabar

ରାମ ମନ୍ଦିର ଦାବୀରେ ଭିଏଚପିର ବିଶାଳ ସମାବେଶ

44

ଭୁବନେଶ୍ୱର: ରାମ ମନ୍ଦିର ନିର୍ମାଣ ଦାବୀରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ହିନ୍ଦୁ ମହାସମାବେଶର ଆୟୋଜନ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ସାଧୁ ସନ୍ଥ ମଧ୍ୟ ଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଥିବାରୁ ଓ ଏହାର ଫଇସିଲା ହେବା ନେଇ ବିଳମ୍ବ କରାଯାଉଥିବାରୁ ତାକୁ ନେଇ ସେମାନେ ଆପତ୍ତି ଉଠାଇଛନ୍ତି । ତୁରନ୍ତ ସରକାର ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି କରିବାକୁ ସେମାନେ ଦାବୀ କରିଛନ୍ତି । ଏପରିକି ସରକାର ପଦକ୍ଷେପ ନନେଲେ ସେମାନେ ବାଧ୍ୟ ହେବେ ମନ୍ଦିର ନିର୍ମାଣ ପାଇଁ ଆଇନକୁ ହାତକୁ ନେବାକୁ । ଆଜି ଭୁବନେଶ୍ୱର, ବରହ୍ମପୁର ଓ ବାଲେଶ୍ୱରରେ ହିନ୍ଦୁ ମହାସମାବେଶର ଆୟୋଜନ କରାଯାଇଛି । ଭୁବନେଶ୍ୱର ପିଏମଜି ଛକରେ ବିଶାଲ ସମାବେଶ ହୋଇଛି । ସାଧୁ ସନ୍ଥମାନେ ଯୋଗ ଦେଇ କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ତୁରନ୍ତ ମନ୍ଦିର ନିର୍ମାଣ ପାଇଁ ପଦ କ୍ଷେପ ନେବା ଓ ପୀରା ଜମି ମନ୍ଦିର ନିର୍ମାଣ ଲାଗି ଦେବାକୁ ଦାବୀ କରିଛନ୍ତି ।
ସମାବେଶ ପୂର୍ବରୁ ଭିଏଚପି କର୍ମୀ ଓ ସର୍ମଥକମାନେ ଏକ ବାଇକ ରାଲିରେ ସହର ପରିକ୍ରମା କରି ଆସିଥିଲେ । ସେମାନେ ଚେତାବନୀ ଦେଇଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନ କରାଗଲେ ଦେଶ ବ୍ୟାପି ଆନ୍ଦୋଳନ କରାଯିବ ।