OnaKhabar

ସବ୍‌-ଇନ୍‌ସ୍‌ପେକ୍ଟର୍‌ କଲେ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

49

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି | ଶନିବାର ରାତିରେ ଜଣେ ଅବସରପ୍ରାପ୍ତ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ଆତ୍ମହତ୍ୟା କରିଥିବା ଏସ୍‌ଆଇ ହେଉଛନ୍ତି ସେନାପତି ସାହିର ୬୨ ବର୍ଷିୟ ପ୍ରେମ ଚନ୍ଦ୍ର ବାଗ | ନବରଙ୍ଗପୁର ସହରର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସର ମଧ୍ୟରେ ପାଚେରିକୁ ଲାଗିଥିବା ଏକ ଗଛରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ବୋଲି ସୂଚନା ମିଳିଛି | ପ୍ରେମଚନ୍ଦଙ୍କର ୩ଟି ପୁଅଝିଅ ମଧ୍ୟ ରହିଛି | ନବରଙ୍ଗପୁର ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବାର ସୂଚନା ମିଳିଛି ।