OnaKhabar

ବୁଲନ୍ଦସର ହିଂସାକାଣ୍ଡର ନୂଆ ମୋଡ, ପୁଲିସଙ୍କ ଜୀବନ ନେଇଥିଲା ଜଣେ ସୈନିକ

0 16

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସାକାଣ୍ଡର ଆଉ ଏକ ଖୁଲାସା ସାମ୍ନାକୁ ଆସିଛି | ବୁଲନ୍ଦସର ହିଂସାକାଣ୍ଡରେ ଜଣେ ପୁଲିସକୁ ହତ୍ୟା କରିଥିବା ସନ୍ଦେହରେ ସେନାର ଜଣେ ସୈନିକଙ୍କୁ ଜମ୍ମୁ ଓ କଶ୍ମୀରସ୍ଥିତ ତାଙ୍କ ୟୁନିଟ୍‌ ତାଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଶନିବାର ଦିନ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ ପାଉଛି । ଅଟକ ରଖାଯାଇଥିବା ସୈନକ ଜଣଙ୍କ ହେଉଛନ୍ତି ସୋପୋରସ୍ଥିତ ୨୨ ରାଷ୍ଟ୍ରୀୟ ରାଇଫଲ୍‌ ଆର୍ମି କ୍ୟାମ୍ପ୍‌ରେ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁ ଫୌଜି । ଉଲ୍ଲେଖନୀୟ, ଜଙ୍ଗଲରେ ଗାଈର ମୃତ ଦେହ ସବୁ ପଡ଼ିଥିବା କଥା ଜଣା ପଡ଼ିବା ପରେ ବୁଲନ୍ଦସର ଠାରେ ବ୍ୟାପିଥିବା ହିଂସାକାଣ୍ଡରେ ଇନ୍‌ସ୍‌ପେକ୍ଟର୍‌ ସୁବୋଧ କୁମାର ସିଂହ ଏବଂ ଜଣେ ୨୨ ବର୍ଷିୟ ସ୍ନାତକ କରୁଥିବା ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଏକ ପିସ୍ତଲ ଯୋଗେ ଉଭୟଙ୍କୁ ହତ୍ୟା କରାଯାଇଥିବା କଥା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ କହିଥିଲା । ସେ ପିସ୍ତଲ୍‌ ଜିତୁ ଫୌଜିଙ୍କର ବୋଲି ପୁଲିସ ଅନୁମାନ କରୁଛି । ସେ ହିଁ ଗୁଳି ଚଳାଇ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବାର ଅବିଯୋଗ ମଧ୍ୟ ହେଉଛି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଆସାମମୀକୁ ପୁଲିସ ଧରିବାରେ ଅସସକ୍ଷମ ହୋଇଥିବାବେଳେ ଜିତୁକୁ ଆଶଙ୍କା କରି ଗିରପ କରିବାର ଯୋଜନା ରଖିଥିବାର ସୂଚନା ମିଳୁଛି |

 

Leave A Reply

Your email address will not be published.