OnaKhabar

ପୁଣି ଭାରସାମ୍ୟ ହରାଇଲା ବସ୍, ୧୧ ମୃତ୍ୟୁ ଓ ୧୯ ଆହତ

0 1

ପୁଞ୍ଚ: ପୁଣି ବସ୍ ଦୁର୍ଘଟଣାରେ ଗଲା ଜୀବନ | ତେବେ ଗୋଟେ କି ଦୁଇଟି ନୁହେଁ ଏକା ସାଙ୍ଗରେ ଯାଇଛି ୧୧ଜଣଙ୍କର ଜୀବନ | ତେବେ ଏପରି ଅବାବନୀୟ କାଣ୍ଡ ଘଟିଛି ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ | ସୁଚନାରୁପ୍ରକାଶ, ଏହି ବସ ଦୁର୍ଘଟଣାରେ ୧୧ଜଣଙ୍କ ଜୀବନ ଯାଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି | ତେବେ ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାର ସୂଚନା ମିଳୁଛି | ଆଜି ସକାଳ ୯.୧୫ମିନିଟରେ ପୁଞ୍ଚ ଜିଲ୍ଲାର ଲୋରାନ୍‌ଠାରୁ ପୁଞ୍ଚ ଆଡ଼କୁ ଯାଉଥିଲା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଥିଲା | ଫଳରେ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି | ଆହତମାନଙ୍କୁ ତୁରନ୍ତ ମଣ୍ଡି ଜିଲ୍ଲାର ସବ୍‌ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁରୁତର ଆହତ ୫ ଜଣକୁ ପୁଞ୍ଚ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି ଥିବାର ସୂଚନା ମିଳିଛି ।

 

Leave A Reply

Your email address will not be published.