OnaKhabar

ଲଜ୍ଜ୍ୟର ସୀମା ଟପିଲେ ଦୃର୍ବୁତ୍ତ, ବିଦେଶୀ ମହିଳାଙ୍କ ସହ କଲେ ଦୁଷ୍କର୍ମ

0 235

ମୁମ୍ବାଇ: ରାଜ୍ୟରେ ବଢିଚାଲିଛି ଅସଦାଚରଣ ଓ ଦୁଷ୍କର୍ମ ପରି ନିନ୍ଦନୀୟ କାଣ୍ଡ | ତେବେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପର ହେଳା ନା ଲୋକଙ୍କ କୁମାନସିକତା | ଏପରି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କୌଣସି ସୁଫଳ କାର୍ଯ୍ୟନୁଷ୍ଟାନ ନିଆଯାଉଥିବାର ଦେଖିବାକୁ ମିଳୁନାହିଁ | ଆଜି ଏପରି ଏକ କାଣ୍ଡ ସାମନାକୁ ଆସିଛି ଯାହା ସୂଚେଇ ଦେଉଛି କେତେ ମଜଭୁତ ଅଛି ପ୍ରଶାସନ | ଜଣେ ବିଦେଶୀ ମହିଳାଙ୍କୁ ଘରକୁ ଡାକି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ବେଙ୍ଗୁରରେ | ତେବେ ପୁଲିସ ଗତକାଲି ଜଣେ ୨୪ ବର୍ଷୀୟ କାନାଡାର ଯୁବତୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦେଶୀ ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହିତ ପ୍ରାୟ ମାସେ ହେବ ମୁମ୍ବାଇରେ ରହୁଛନ୍ତି । ସେ ଭାରତ ଭ୍ରମଣରେ ଆସିଛନ୍ତି | ଅଭିଯୁକ୍ତ ଅମରଦୀପ ସିଂହ ଚୌଧୁରୀ(୨୯)ଙ୍କ ସହିତ ପୀଡ଼ିତାଙ୍କର ସାକ୍ଷାତ ପ୍ରଥମେ ବାନ୍ଦ୍ରାର ଏକ ପବ୍‌ରେ ହୋଇଥିଲା । ପୀଡ଼ିତା ଓ ଅମରଦୀପ ମିଳାମିଶା ପରେ ସାଙ୍ଗ ହୋଇଗଲେ । ଏହାପରେ ଅମରଦୀପ ପୀଡ଼ିତାଙ୍କୁ ନିଜର ବାଙ୍ଗୁର ନଗରସ୍ଥିତ ଘରକୁ ଡାକିଥିଲେ । ପୀଡିତା ଓ ତାଙ୍କର ବନ୍ଧୁ ବାନ୍ଦ୍ରାରୁ ରାତି ଗୋଟାଏ ବେଳେ ଅମରଦୀପ ଘରକୁ ଯାଇଥିଲେ । ସେମାନେ ଅମରଦୀପର ଘରେ ରାତିରେ ରହିବାର ଯୋଜନା କରିଥିଲେ,ସେଠାରେ ଅମରଦୀପର ଜଣେ ସାଙ୍ଗ ସାହେବ ସିଂ(୪୦) ବି ଥିଲେ । ରାତିରେ ଯୁବତୀ ଜଣକ ଏକ ରୁମ୍‌ରେ ଶୋଇଥିବା ବେଳେ ଅନୁଭବ କଲେ ଯେ କେହି ଜଣେ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରୁଛି । ତା’ପରେ ପୀଡିତା ସତର୍କ ଘଣ୍ଟି ବଜାଇଲେ । ସେଠାରେ ତାଙ୍କର ସାଙ୍ଗ ଆସି ପହଞ୍ଚିଥିଲେ । ସାଙ୍ଗ ସବୁ କଥା ଜାଣିବା ପରେ ବାଙ୍ଗୁର ନଗର ଥାନାରେ ଏତଲା ଦେଲେ । ପୁଲିସ ଉଭୟ ଅମରଦୀପ ଓ ସାହେବଙ୍କୁ ଗିରଫ କରି କୋର୍ଟ ଚାଲଣା କରିଥିଲା । ତେବେ ଜଣେ ବିଦେଶୀ ମହିଳାଙ୍କ ସହ ଏପରି କାର୍ଯ୍ୟ କରିଥିବା ଯୁବକଙ୍କୁ କଡାରୁ କଡା ସଜ୍ଜା ଦେବା ଜରୁରୀ ବୋଲି ସର୍ବମୁଖରେ ଆଲୋଚନା ହେଉଛି |

 

Leave A Reply

Your email address will not be published.