OnaKhabar

ଫିଲ୍ମ ଷ୍ଟାଇଲରେ ଘରେ ପଶିଲେ, ଗୋଟିଏ ପରିବାରକୁ ମରଣାତ୍ମକ ଆକ୍ରମଣ କରି ଫେରାର ହେଲେ, ପଢନ୍ତୁ ପୂରା ଖବର…

0 14

ବରଗଡ: ସୀମା ଟପୁଛନ୍ତି ଦୁର୍ବୁତ୍ତ | ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ଏପରି ଏକ କାଣ୍ଡ ସାମନାକୁ ଆସିଛି ଯାହା ଯେ କୌଣସି ମଣିଷକୁ ଜରାଇ ଦେବ | ଘରେ ସମସ୍ତେ ଶୋଇଥିବାବେଳେ କିଛି ଦୃର୍ବୁତ୍ତ ଘରେ ପଶି ଗୋଟିଏ ପରିବାରକୁ ମରଣାତ୍ମକ ଆକ୍ରମଣ କରିଛନ୍ତି | ଫଳରେ ସ୍ତ୍ରୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ସମେତ ଦୁଇ ପୁଅ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଲୋମହଂସକାରୀ ଘଟଣା ଘଟିଛି ବରଗଡ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ବୈରକପାଲି ଗାଁରେ | ମୃତ ମହିଳା ହେଉଛନ୍ତି ଜୟଶ୍ରୀ ମେହେର, ଆହତ ସ୍ୱାମୀ ହେଉଛନ୍ତି କ୍ଷୀରୋଦ ମେହେର | ଏହି ଆକ୍ରମଣ ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି । ଆକ୍ରମଣର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ଛାନବିନ ଆରମ୍ଭ କରିଛି ବୋଲି ସୂଚନା ମିଳିଛି |ତେବେ ମିଳିଥିବା ସୂଚନା ଅନୁସାରେ, କାହିଁକି ଓ କିପରି ଭାବରେ ସେହି ପରିବାରକୁ ଆକ୍ରମଣ କରାଯାଇଛି,ସେ ସମ୍ପର୍କକେ କୌଣସି ସୂଚନା ମିଳିପାରିନଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ଆଉ କିଛି ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା କିଛି ସ୍ପଷ୍ଟ ହୋଇନାହିଁ | ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବାର ସୂଚନା ମିଳିଛି ।

 

Leave A Reply

Your email address will not be published.