OnaKhabar

ରାଜଧାନୀ ଉପକଣ୍ଠରେ ଗଣଦୁଷ୍କର୍ମ, ଜଣେ ଗିରଫ ଅନ୍ୟ ଦୁଇଜଣଙ୍କ ଲାଗି ସର୍ଚ୍ଚ ଅପରେସନ ଜାରି, ପଢନ୍ତୁ ପୂରା ଖବର….

57

ଭୁବନେଶ୍ୱର: ରାଜଧାନୀରେ ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା ଦୁଷ୍କର୍ମ ଘଟଣା ପୁଣି ଥରେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳକ୍ରାର କରାଯାଇଛି । ୩ ଜଣ ଯୁବକ ମହିଳାଙ୍କୁ ଏକ କାରରେ ଟେକିନେଇ ମୁହଁରେ କପଡା ବାନ୍ଧି ଗଣବଳକ୍ରାର କରିଛନ୍ତି । ଏହି ଅଭାବନୀୟ ଘଟଣା ଘଟିବା ପରେ ପୀଡିତା ସଜ୍ଞାହୀନ ହୋଇଯାଇତିଲେ । ଚେତା ଫେରିବା ପରେ ସେ ବଳକ୍ରାରୀଙ୍କ କବଳରୁ ଖସି ଆସିଛନ୍ତି । ଚନ୍ଦକା ଥାନା ପୁଲିସ ତାଙ୍କୁ ବାଟରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଛି । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଜଣଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ତାନରେ ଚଢଉ ଜାରି ରଖିଛି । ଏହି ଘଟଣା ଘଟିବା ପରେ ଭୁବନେଶ୍ଭରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୁଚନାରୁ ପ୍ରକାଶ, ଚନ୍ଦକା ଥାନା ଅନ୍ତର୍ଗତ ପାଇକପୁର ଅଂଚଳର ପଦ୍ମା ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆ ଅଂଚଳରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତକାଲି ସନ୍ଧ୍ୟାରେ ସେ କାମସାରି ଘରକୁ ଫେରୁଥିଲେ । କମ୍ପାନୀରୁ ବାହାରି ଚାଲିଚାଲି ଆସୁଥିବାବେଳେ ଉକ୍ତ କମ୍ପାନିର କାମ କରୁଥିବା ଟିକିନା ନାମକ ଜଣେ କର୍ମଚାରୀ ଜଳଖିଆ ଖାଇବାକୁ ଅଟକାଇ ଥିଲା । ଯୋଜନାବଦ୍ଧ ଭାବେ ସେ ଏକ କାର ଆଗରୁ ରାସ୍ତା ଉପରେ ରଖିଥିଲେ । ପଦ୍ମା ଚାଲି ରାସ୍ତା ଉପରକୁ ଆସିଲା ବେଳେ କାର ନିକଟରେ ଦୁଇ ଯୁବକ ତାଙ୍କୁ ଜୋର ଜବରଦସ୍ତ ଗାଡି ବିତରକୁ ନେଇ ଏକ ନିଛାଟିଆ ସ୍ତାନରେ ଗାମୁଛା ବାନ୍ଧି ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ତେବେ ପଦ୍ମାଙ୍କ ଚେତା ଫରେିବା ପରେ ସେ କୌଣସି ବାଟେ ଉକ୍ତ ସ୍ଥାନରୁ ଖସି ଆସିଥିଲେ । ତେବେ ବର୍ତ୍ତମାନ ଜଣେ ଦୃବୁତ୍ତଙ୍କୁ ଧରି ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଧରିବାର କୌଶଳ ଚଲାଇଥିିବାର ସୂଚନା ମିଳିଛି ।