OnaKhabar

ଆଗେ ବିଜେଡି ସଂବିଧାନ ସଂଶୋଧନ କରି ମହିଳାମାନଙ୍କୁ ଅଧିକାର ପ୍ରଦାନ କରୁ : ମହିଳା ମୋର୍ଚ୍ଚା

0 14

ଭୁବନେଶ୍ୱର : ସସଂଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହଜିଯାଉଥିବା ଜନାଧାରକୁ ରୋକିବା ପାଇଁ ନବୀନ ବାବୁ ଏକ ଭ୍ରମାତ୍ମକ ଅପଉଦ୍ୟମ କରିଛନ୍ତି । କୁନ୍ଦୁଲି ଠାରୁ ବେଲଟିକିରି ପର୍ଯ୍ୟନ୍ତ ମହିଳାଙ୍କୁ ସମ୍ମାନ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଯଶୋଗାଧା ଶୁଣାଯାଉଛି । ମୁଖ୍ୟମନ୍ତ୍ରୀ ଚାହିଁଲେ ନିଜେ ସଂସଦ ଓ ବିଧାନସଭାରେ ମାତୃଜାତିକୁ ସମ୍ମାନ ଦେବାକୁ ଯାଇ ଅନେକ ପଦେକ୍ଷପ ନେଇପାରିବେ । ଏପରିକି ଅଗ୍ରଣୀ ଅନୁସୂଚିତ ଜାତିର ନେତା ବିଷ୍ଣୁ ଦାସଙ୍କ ପରି ୩/୪ ଜଣଙ୍କ ରାଜ୍ୟସଭା ସାଂସଦମାନଙ୍କର ଇସ୍ତଫା କରାଇ ସେହି ସ୍ଥାନରେ ଶାସକ ବିଜେଡି ଦଳର ମହିଳା ନେତ୍ରୀମାନଙ୍କୁ ସଂସଦକୁ ପଠାନ୍ତୁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଶେଷ ଅଧିକାର ରହିଛି କି ସେ କାହାକୁ ମନ୍ତ୍ରୀମଣ୍ଡଳରେ ରଖିବେ । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୨ ଜଣ ମହିଳା ମନ୍ତ୍ରୀ ଅଛନ୍ତି । ଯଦି ସେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଚାହୁଁଛନ୍ତି ତେବେ ସେ ତାଙ୍କ ମନ୍ତ୍ରୀମଣ୍ଡଳରେ ଆହୁରି ୫/୬ ଜଣ ଭଉଣୀଙ୍କୁ ମନ୍ତ୍ରୀ ଭାବେ ଦାୟୀତ୍ୱ ଦେଇପାରିବେ । ବିଜେଡି ବିଧାୟିକାମାନେ ଏବେ ବି ମନ୍ତ୍ରୀପଦ ପାଇବା ପାଇଁ ଚାହିଁ ବସିଛନ୍ତି ବୋଲି ଶ୍ରୀମତୀ ପରିଡା
କହିଛନ୍ତି ।ଓଡିଶା ଭଳି ଶାନ୍ତିପ୍ରୟ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ଦୁଷ୍କର୍ମ ମାମଲାରେ ଓଡିଶା ଦେଶରେ ଷଷ୍ଠ ସ୍ଥାନରେ ରହିଛି । ରାଜ୍ୟରେ ମହିଳା ହିଂସା ହୁ ହୁ ହୋଇ ବଢି ଚାଲିଥିବା ବେଳେ ମାତ୍ର ୬.୨ ପ୍ରତିଶତ ଏଥିରେ କୋର୍ଟ କଚେରୀରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସିଂହ ଭାଗ ଅପରାଧୀ ଖସି ଯିବାରେ ସଫଳ ହେଉଛନ୍ତି । ୨୦୧୭ ମସିହାରେ ରାଜ୍ୟରେ ୨୨୨୧ଟି ଧର୍ଷଣ ମାମଲା ପଂଜୀକୃତ ହୋଇଥିଲା । ରାଜ୍ୟରେ ନାବାଳିକା ଦୁଷ୍କର୍ମ ମାମଲା ଉଦବେଗଜନକ ପରିସ୍ଥିତିରେ ଥିବା ଖୋଦ ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ଏହି ରିପୋର୍ଟରୁ ମହିଳାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ବିଜେପି ନଜି ସଙ୍ଗଠନର ସବୁସ୍ତରରେ ଏକ ତୃତୀୟାଂଶ ସ୍ଥାନ ମାତୃଜାତି ପାଇଁ ସୁରକ୍ଷିତ ରଖିଛି । ବୈଦେଶିକ, ପ୍ରତିରକ୍ଷା ସମେତ ବହୁ ଗରୁତ୍ୱପୂର୍ଣ୍ଣ ବଭି ।ଗର ଦାୟୀତ୍ୱ ସଫଳତା ସହ ସଂପାଦିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ବାସ୍ତବରେ ମାତୃଜାତିକୁ ସମ୍ମାନ ଦେବାକୁ ଚାହୁଁଛନ୍ତି ତେବେ ଆସନ୍ତାକାଲି ବିଜେଡି ସଂବଧି ।ନ ସଂଶୋଧନ କରି ମହିଳାମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରନ୍ତୁ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

Leave A Reply

Your email address will not be published.