OnaKhabar

ଖର୍ଚ୍ଚ ଜାଣିବା ପାଇଁ ପରୀକ୍ଷା ମୂଳକ ଭାବେ ସରିଲା ଅବଢ଼ା ରୋଷେଇ

0 40

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଅବଢ଼ାର ମୂଲ୍ୟକୁ ନେଇ ଭକ୍ତଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ତାହାକୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଦର ନିର୍ଦ୍ଧାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୁଆର ଓ ମହାସୁଆରମାନେ ଯେପରି ମନଇଚ୍ଛା ଆଉ ଅବଢ଼ା ମୂଲ୍ୟ ନେଇ ନପାରିବେ ସେଥିପାଇଁ ମୂଲ୍ୟ ଧାର୍ଯ୍ୟ କରିବାକୁ ଆଜି ପ୍ରଶାସନ ପକ୍ଷରୁ ଅବଢ଼ା ରୋଷେଇ ପାଇଁ ସମସ୍ତ ସରଞ୍ଚାମ ଯୋଗାଇ ଦିଆଯାଇଥିଲା । କେତେ ଖର୍ଚ୍ଚ ହେଉଛି ତାହା ଜାଣିବା ପାଇଁ ପ୍ରଶାସନ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରାନ୍ଧିଥିଲା । ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା ପରେ ଦର ତାଲିକା ପ୍ରସ୍ତୁତ କରାଯିବ । ତେବେ ଏନେଇ କୌଣସି ସମୟସୀମା ନିର୍ଦ୍ଧାଣ କରାଯାଇ ନାହିଁ । କିନ୍ତୁ ଖୁବଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।
ଆଜି ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ରବ୍ୟ ଯୋଗାଇଥିବା ବେଳେ କୋଠ ଭୋଗ ସୁଆର ରୋଷେଇ କରିଛନ୍ତି । ରୋଷେଇ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର୍ଯ୍ୟ ଦରକୁ ଚୂଡ଼ାନ୍ତ ବୋଲି ଧରି ନିଆଯିବ ।
ପୁରୀରେ ଆୟୋଜିତ ନୀତି ସବ-କମିଟି ବୈଠକ ଶେଷ ହୋଇଛି । ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଛି । ଏଥିସହିତ ରାତି ୧୧.୩୦ଟାରେ ପହୁଡ଼, ପାହାନ୍ତି ୩ଟାରେ ଦ୍ୱାର ଫିଟା ନୀତି ହେବ । ଅନଲାଇନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥାର ଆୟୋଜନ କରାଯିବ ବୋଲି ଯୋଜନା ଚାଲିଛି ଯେଉଁ ଖବର ପ୍ରକାଶ ପାଇଥିଲା ସେ ନେଇ ଆଲୋଚନା କରାଯାଇଛି । ନୀତି ସବ-କମିଟି ବୈଠକରେ ପତିହାରୀ ନିଯୋଗକୁ ବ୍ଲୁ ପ୍ରିଣ୍ଟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.