OnaKhabar

ଭାଇରାଲ ହେଲା ସବ- ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟା ଭିଡିଓ, ଦେଖନ୍ତୁ ଏହି ଭିଡିଓରେ….

72

ଉତ୍ତରପ୍ରଦେଶ: ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବୁଲନ୍ଦସହର ସବ- ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟାକାଣ୍ଡର ଠିକ୍ ପର ମୂହୂର୍ତର ଭିଡିଓ ଏବେ ସୋଶାଲ ସାଇଡରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଚାଷ ଜମି ମଝିରେ ଗାଡିରୁ ତଳକୁ ପଡିଯାଇଛନ୍ତି ସୁବୋଧ । ଗାଡିର ସମସ୍ତ ଡୋର ଖୋଲା ରହିଛି । ଏବଂ କେତେ ଜଣ ଯୁବକ ଗାଡି ନିକଟରେ ଦଉଡୁଛନ୍ତି । ଅନ୍ୟପଟେ ଏହି ହତ୍ୟାକାଣ୍ଡର ଘଟଣା ସ୍ଥଳକୁ ସିଲ୍ କରି ତଦନ୍ତ କରୁଛି ପୋଲିସ୍ । ତେବେ ଏହି ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ହତ୍ୟାକାରୀମାନେ ପୁରା ଫିଲ୍ମି ଷ୍ଟାଇଲରେ ଇନପେକ୍ଟରକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି । ସୁବୋଧ ଜୀବନ ବଂଚାଇବା ପାଇଁ ଜମି ମଝିରେ ଗାଡିକୁ ବାରମ୍ବାର ବୁଲାଇଛନ୍ତି । ହେଲେ ନିଜକୁ ବଂଚାଇ ପାରିନାହିାଁନ୍ତି । ତାଙ୍କ ମୁଣ୍ଡରେ ଏକ ଗୁଳି ବାଜିବା ପରେ ସେ ଟଳି ପଡିଛନ୍ତି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ୮୭ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୬ଟିମ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ସୂଚନା ମିଳୁଛି ।