OnaKhabar

ଦୁନିଆ ଦେଖିବା ପୂର୍ବରୁ ମାଆ ସହ ଶିଶୁର ଗଲା ପ୍ରାଣ, ପଢନ୍ତୁ କଣ ପୂରା ଖବର…

0 58

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇିଛି । ମୃତ ଗର୍ଭବତୀ ଜଣକ ହେଲେ ସୁଆକାଟୀର ଗାଁର ଝୁନୁ ମୁଣ୍ଡା । ଡାକ୍ତର ଓ ଆଶାକର୍ମୀଙ୍କ ଅବହେଳାରୁ ଏହି ଗର୍ଭବତୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଯୋଗେନ୍ଦ୍ର ମୁଣ୍ଡା ଅଭିଯୋଗ କରିଥିବାର ସୂଚନା ମିଳିଛି । ସୁଚନାଯୋଗ୍ୟ, ଗତକାଲି ରାତିରେ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଝୁନୁଙ୍କର ଗର୍ଭଯନ୍ତ୍ରଣା ହେବାରୁ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ମାତ୍ର ଆଶା ଦିଦି ତାଙ୍କୁ ଅଟୋରେ ନେବାକୁ ପରାମର୍ଶ ଦେଇ ନିଜର ଦାୟିତ୍ୱ ସାରିଦେଇଥିଲେ ବୋଲି ସୂଚନା ମିଳିଛି । ରାତି ପ୍ରାୟ ଗୋଟାଏ ବେଳେ ଯୋଗେନ୍ଦ୍ର ତାଙ୍କ ସ୍ତ୍ରୀକୁ ଅଟୋରେ କେନ୍ଦୁଝର ମେଡିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ଅବହେଳାରୁ ସ୍ତ୍ରୀ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଛନ୍ତି । ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସେ ଡାକ୍ତର ଓ ଆଶାଦିଦିଙ୍କୁ ଦାୟୀ କରିଛନ୍ତି । ଏ ନେଇ ଚିକିତ୍ସା କରୁଥିବା ଡାକ୍ତର ଅଜୟ ମହାନ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରକ୍ତହୀନତା ଯୋଗୁଁ ଗର୍ଭବତୀଙ୍କର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି । ଗତ ୨୬ରେ ଝୁନୁଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଯାଞ୍ଚ କରିଥିଲେ । ଶରୀରରେ ରକ୍ତ କମ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଯୋଗେନ୍ଦ୍ର ତାଙ୍କୁ ମେଡିକାଲରେ ନ ରଖି ଘରକୁ ନେଇ ଯାଇଥିଲେ । ତେଣୁ ଏଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଭୁଲ କାହାର ସ୍ପଷ୍ଟ ହୋଇନଥିଲାବେଳେ ଦୁନିଆ ଦେଖିବା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା, ଯାହାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି |

 

Leave A Reply

Your email address will not be published.