OnaKhabar

ଦଶମ ଶ୍ରେଣୀରେ ଗର୍ଭବତୀ ହେଲେ, ନା ପରିବାର ସାଥ୍ ଦେଲା ନା ଧୋକାବାଜ୍ ପ୍ରେମିକ…ପଢନ୍ତୁ ପୂରା ଖବର

0 15

ମୋହନା : ଗଜପତିରେ ଏକ ଲଜ୍ଜ୍ୟଜନକ ଘଟଣା ଘଟିଛି | ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଯିବାରୁ ତାର ପରିବାର ଲୋକ ଘରୁ ବାହାର କରିଦେଇଥିବା ବେଳେ ତାର ପ୍ରେମିକ ମଧ୍ୟ କୁଆଡେ ଫେରାର ହୋଇୟାଇତିବାର ସୂଚନା ମିଳୁଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ | ସୁଚନାରୁ ପ୍ରକାଶ, ପଦ୍ମା (ଛଦ୍ମନାମ) ମୋହନାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ରହି ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲା । ମଝିରେ ମଝିରେ ସ୍କୁଲ ଛୁଟି ହେଲେ ପଦ୍ମା ମାଉସୀ ଘରକୁ ଚାଲିଯାଏ । ସେଠାରେ ତାଙ୍କର ଦେଖାହୁଏ ଜଣେ ଯୁବକଙ୍କ ସହିତ । ପରେ ଦୁହେଁ ପରସ୍ପରକୁ ମନ ଦେଇ ବସିଥିଲେ। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ପଦ୍ମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଗତ ଅକ୍ଟୋବରରେ ପଦ୍ମା ଘରକୁ ଯାଇଥିଲା । ସେତେବେଳେ ଝିଅ ଗର୍ଭବତୀ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ । ଲୋକଲଜ୍ଜା ଭୟରେ ଝିଅକୁ ଘରୁ ବାହାର କରିଦେଲେ । ପାଠ ପଢ଼ାରେ ଡୋରି ବାନ୍ଧି ପଦ୍ମା ଧାଇଁ ଯାଇଥିଲା ପ୍ରେମିକ ପାଖକୁ । ମାତ୍ର ଧୋକାବାଜ୍‌ ପ୍ରେମିକ ଠିକି ଦେଲା, ଦେଖାଦେଲା ନାହିଁ । ଶେଷରେ ପଦ୍ମା ଆଶ୍ରା ଟିକେ ପାଇବା ପାଇଁ ପ୍ରେମିକଙ୍କ ଗାଁ ଚାରି ପାର୍ଶ୍ୱରେ ଘୂରି ବୁଲିଲା । ଚାରିଆଡୁ ନିରାଶ ହେବା ପରେ ମାଉସୀ ଘରେ ଆଶ୍ରା ନେଇଥିଲା । ଝିଅର ଅବସ୍ଥା ଦେଖି ଗାଁରେ ବୈଠକ ବସିଥିଲା । ଗାଁ ମୁଖିଆଙ୍କ ନିଷ୍ପତ୍ତି ଅନୁସାରେ ପ୍ରେମିକ ପଦ୍ମାକୁ ଗ୍ରହଣ କରିବ ବୋଲି କହିଥିଲା । ପଦ୍ମାର ବୟର ୧୫ ବର୍ଷ ହୋଇଥିବାରୁ ଜିଲ୍ଲା ସମାଜ ମଙ୍ଗଳ କର୍ମକର୍ତ୍ତା ଗାଁ କମିଟିର ନିଷ୍ପତ୍ତିକୁ ବିରୋଧ କରିଥିଲେ । ତେଣୁ ପଦ୍ମାକୁ ସାଥୀରେ ନେଇ ଆସିବାକୁ ଚାହୁଁଥିଲେ । ମାତ୍ର ଗାଁ ଲୋକଙ୍କ ବିରୋଧ ଯୋଗୁ ଜିଲ୍ଲା ସମାଜ ମଙ୍ଗଳ କର୍ମକତ୍ତା ନାବାଳିକାକୁ ଉଦ୍ଧାର କରିପାରିନଥିଲେ । ଏନେଇ ଅଭିଯୋଗ ହେବା ପରେ ଅଡ଼ବା ଥାନା ପୁଲିସ ଗାଁରେ ପହଞ୍ଚି ପଦ୍ମାକୁ ଉଦ୍ଧାର କରିଛି । ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଥାନାରେ ଅଭିଯୋଗ ପରେ ପ୍ରତାରକ ପ୍ରେମିକ ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.