40.1 C
Bhubaneswar
Thursday, April 25, 2024
Homeଓଡିଶାଗାଁ କଲ୍ୟାଣ ସମିତିକୁ ୨୦ ହଜାର ଦିଆଯାଉ

ଗାଁ କଲ୍ୟାଣ ସମିତିକୁ ୨୦ ହଜାର ଦିଆଯାଉ

ଭୁବନେଶ୍ୱର : ରାଜ୍ୟରେ ପ୍ରତି ଗ୍ରାମାଞ୍ଚଳରେ କୋଭିଡ୍ ଓ ଅଣକୋଭିଡ୍ ପରିଚାଳନା କ୍ଷେତ୍ରରେ ଆବଶ୍ୟକୀୟ ସେବା ଯୋଗାଇବା ବ୍ୟବସ୍ଥା କର । ଗ୍ରାମାଞ୍ଚଳରେ କୋଭିଡ୍ ପରିଚାଳନା ଓ ମୁକାବିଲା ପାଇଁ ଗାଁ କଲ୍ୟାଣ ସମିତି (ଜିକେଏସ୍‌)କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୦ ହଜାର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପିଆଇପି ଫଣ୍ଡରୁ ୧୦ ହଜାର ଲେଖାଏଁ କରି ଟଙ୍କା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ଶ୍ରୀ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମ୍‌ଓ ଓ ଜିଲ୍ଲା ମିଶନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମାଞ୍ଚଳରେ କୋଭିଡ୍ ପରିଚାଳନା ଓ ମୁକାବିଲା ପାଇଁ ତୃଣମୂଳସ୍ତରରୁ ବ୍ୟବସ୍ଥା କରାଯିବ । ପ୍ରତି ଜିକେଏସ୍‌କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ଗ୍ରାମାଞ୍ଚଳରେ ଜିକେଏସ୍ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ପାଇଁ ଯୋଜନା କର । ଆଗାମୀ ତିନି ମାସ ପାଇଁ ୪ଟି କିସ୍ତିରେ ଜିକେଏସ୍‌କୁ ୫ ହଜାର ଲେଖାଏଁ ଅର୍ଥ ପ୍ରଦାନ କରିବା ଦରକାର । ଜିକେଏସ୍ ମାଧ୍ୟମରେ ସ୍ୱତନ୍ତ୍ର ମିଟିଂ କରି ତିନି ମାସ ପାଇଁ କୋଭିଡ୍ ପରିଚାଳନା କ୍ଷେତ୍ରରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କର । ସେଠାରେ ଏକ ସବ୍ କମିଟି ଗଠନ କର । ଏହି ସବ୍ କମିଟି ଗାଁରେ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।

ସେମାନେ ଆଶା କର୍ମୀଙ୍କ ସହ ମିଶି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବେ । ଗାଁରେ ଟିକାକରଣ, ଟେଷ୍ଟିଂ ଓ କୋଭିଡ୍ ସତର୍କତା ପାଇଁ କାର୍ଯ୍ୟ ସମ୍ପାଦନ କରିବେ । ଏହାବ୍ୟତୀତ ଗାଁରେ ସଂକ୍ରମଣ ରୋକିବା ପାଇଁ ଗାଁକୁ ସାନିଟାଇଜ୍ କରିବେ । ଯେଉଁ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ଘର ମଧ୍ୟ ସାନିଟାଇଜ୍ ବ୍ୟବସ୍ଥା କରିବେ । ରୋଗୀଙ୍କୁ ଗାଁରୁ ଡାକ୍ତରଖାନା ନେବା ପାଇଁ ଗାଡ଼ି ବ୍ୟବସ୍ଥା କରିବେ । ଗାଁରେ ଯେପରି କୋଭିଡ୍ ଗାଇଡ୍‌ଲାଇନ୍ କଡ଼ାକଡ଼ି ଭାବେ ପାଳନ କରିଯିବ, ତାହା ଉପରେ କଠୋର ପଦକ୍ଷେପ ଗ୍ରହଣ କରିବେ । ଗାଁରେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଉପରେ ଗୁରୁତ୍ୱ ଦେବେ । କୋଭିଡ୍ ନିୟମ ଭାଙ୍ଗୁଥୁବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଏହି ସବୁ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking