ବିବାହରେ ୨୦୦ ଲୋକ ସାମିଲ ନେଇ ନିଷ୍ପତି ନେବେ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନର

ଭୁବନେଶ୍ୱର: ପୂର୍ବରୁ ସରକାର ଘୋଷଣା କରିଥିବା ସର୍ତ୍ତ ଅନୁଯାଇ , କଣ୍ଟେନମେଣ୍ଟ ଜୋନ ବାହାରେ ହେଉଥିବା ବିବାହରେ ଅନୁନ୍ୟ ୨୦୦ ଲୋକ ସାମିଲ ହୋଇପାରିବେ । ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନରଙ୍କ ଅନୁମତିକ୍ରମେ ସ୍ଥାନୀୟ ଅଂଚଳରେ କୋଭିଡ ସ୍ଥିତି ପରଖି ବିବାହ ରେ ୨୦୦ ଲୋକଙ୍କ ସାମିଲ ପାଇଁ ଅନୁମତି ପ୍ରଦାନ କରିବେ । ଏଥିରେ ସାମାନ୍ୟ ପରିବର୍ତନ ସ୍ୱରୂପ , ସର୍ତ୍ତ ରହିଛି ଯେ ସମ୍ପୃକ୍ତ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲିଟି କମିଶନର ବିବାହ ସମ୍ବନ୍ଧୀୟ କାର୍ଯ୍ୟରେ ଅନୁମତି ପ୍ରାପ୍ତ ଦୁଇ ଶହ ବ୍ୟକ୍ତିଙ୍କ ସଂଖ୍ୟା ସାମିଲ ନେଇ ନିଷ୍ପତ୍ତି ନେବେ ଏବଂ ଜନସ୍ୱାସ୍ଥ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ସେମାନଙ୍କ ସ୍ଥାନୀୟ ସ୍ଥିତିକୁ ପରଖିଲା ପରେ ଏ ନେଇ ନିର୍ଦ୍ଦିଷ୍ଟ ଆଦେଶ ଜାରି କରିବେ। ଏନେଇ ଆଜି ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here