31.1 C
Bhubaneswar
Friday, March 29, 2024
HomeUncategorizedକଳିଙ୍ଗ ନଗରଠାରେ ତୁରନ୍ତ ଶହେ ଶଯ୍ୟା ପରିବର୍ତ୍ତେ ୨୦୦ ଶଯ୍ୟା ବିଶିଷ୍ଟ ଇ.ଏସ. ଆଇ. ହସ୍ପିଟାଲ...

କଳିଙ୍ଗ ନଗରଠାରେ ତୁରନ୍ତ ଶହେ ଶଯ୍ୟା ପରିବର୍ତ୍ତେ ୨୦୦ ଶଯ୍ୟା ବିଶିଷ୍ଟ ଇ.ଏସ. ଆଇ. ହସ୍ପିଟାଲ ନିର୍ମାଣ ହେଉ : ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ

ଭୂବନେଶ୍ୱର,- ସଂପ୍ରତି କରେନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଏବଂ ହଜାର ହଜାର କୋଟିଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଯାଜପୁର ଜିଲ୍ଲାର କଳିଙ୍ଗନଗର ଯେଉଁଠାରେ ୧୫ରୁ ଉର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠା ହୋଇଛି ଏବଂ ଆଗାମୀ ଦିନରେ ୩୬ଟି ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାର ଯୋଜନା ଅଛି ସେଠାରେ ୨୦୦୮-୦୯ ମସିହାରୁ କେନ୍ଦ୍ର ସରକାରଙ୍କର ଏକ ୧୦୦ ଶଯ୍ୟା ବିଶିଷ୍ଟ ଇ.ଏସ.ଆଇ. ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଂଜୁରୀ ମିଳିଥିଲେ ମଧ୍ୟ ଅଦ୍ୟାବଧି କାମ ଆରମ୍ଭ ହୋଇ ପାରିନାହିଁ । କଳିଙ୍ଗ ନଗର ଶିଳ୍ପାଂଚଳରେ ପାଖାପାଖି ଏକ ଲକ୍ଷ ଲୋକ କାମ କରୁଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ । ଶିଳ୍ପାଂଚଳର କର୍ମଚାରୀ ମାନେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଆସୁଥିବାରୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ବର୍ତମାନ କଳିଙ୍ଗନଗର ଠାରେ ବହୁପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଗୋଟିଏ ଇ.ଏସ.ଆଇ ହସ୍ପିଟାଲ ନାମକୁ ମାତ୍ର ଜଣେ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲୁଛି, ଯାହା କ୍ରମବର୍ଦ୍ଧିଷ୍ଣୁ ଶ୍ରମିକ ମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ଆଦୌ ସମର୍ଥ ହେଉନାହିଁ ଏବଂ କରୋନା ପରିପ୍ରେକ୍ଷିରେ ଡାକ୍ତର ଓ ଫାମସିଷ୍ଟ ମଧ୍ୟ ବହୁଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲା ପ୍ରଶାସନ ଇତିମଧ୍ୟରେ ଦାନଗଦୀ ତହସିଲ ଅନ୍ତର୍ଗତ ମାନତିରା ଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେଇଛନ୍ତି । ତେଣୁ କଳିଙ୍ଗ ନଗରଠାରେ ତୁରନ୍ତ ଶହେ ଶଯ୍ୟା ପରିବର୍ତ୍ତେ ୨୦୦ ଶଯ୍ୟା ବିଶିଷ୍ଟ ଇ.ଏସ. ଆଇ. ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଅପର ପକ୍ଷରେ ଜିନ୍ଦଲ କାରଖାନା ପକ୍ଷରୁ ଏକ ମେଡିକାଲ ପ୍ରତିଷ୍ଠା ପାଇଁ ବହୁଦିନରୁ ଘେଷଣା କରାଯାଇ ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଜିଲ୍ଲା ଖଣିଜ ବିକାଶ ପାଣ୍ଠିରୁ ସୁକିନ୍ଦା ବ୍ଲକର କାଳିଆପାଣି ଏବଂ ଦାନଗଦୀ ବ୍ଲକର ଟମକା ନିକଟରେ ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଡି.ଏମ.ଏଫ ନିଷ୍ପତି ନେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । କାଳିଆ ପାଣି ନିକଟସ୍ଥ ଟାଟା କଂପାନୀ ବନ୍ଦ ହୋଇଯିବା ପରେ ତାର ଯେଉଁ ହସ୍ପଟାଲ ଆଗରୁ ଚାଲୁଥିଲା ତାହାର ଭିତ୍ତିଭୂମିକୁ ଟାଟା କଂପାନୀ ଦେଇଦେବାକୁ ଚାହୁଁଛନ୍ତି । ତେଣୁ ଡି.ଏମ.ଏଫ ତରଫରୁ ସେହି ଭିତ୍ତିଭୂମିକୁ ବ୍ୟବହାର କରି ଖଣି ଅଂଚଳରେ ତୁରନ୍ତ ଏକ ହସ୍ପିଟାଲ ପରିଚାଳନା କରାଯାଇ ପାରିବ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଜିନ୍ଦଲ କମ୍ପାନୀର ମେଡିକାଲ ଏବଂ ଡି.ଏମ.ଏଫ ଦ୍ୱାରା ଆଦିବାସୀ ଅଧ୍ୟୁଷିତ କାଳିଆପାଣି ଖଣି ଅଂଚଳ ଓ ଟମକା ଠାରେ ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେଲେ ସୁକିନ୍ଦା ଏବଂ କଳିଙ୍ଗନଗର ବାସୀ ଚିରଉପକୃତ ହୋଇପାରିବେ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଶ୍ରୀ ଘଡାଇ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking